ଡିସେମ୍ବର ୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି, ପୁରୀରେ ନୌସେନା ଦିବସ ପାଳନରେ ଦେବେ ଯୋଗ
ପୁରୀ : ଡିସେମ୍ବର ୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି। ପୁରୀରେ ନୌସେନା ଦିବସ ପାଳନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ । ପୁରୀ ବ୍ଲୁ ଫ୍ଲାଗ ବିଚରେ ଆୟୋଜିତ କାର୍ଯ୍ୟକ୍ରମରେ ନୌସେନାର ଅପରେସନାଲ ଡେମନଷ୍ଟ୍ରେସନ ପ୍ରଦର୍ଶିତ ହେବ ।
ଏଥିପାଇଁ ନୌସେନାର ପ୍ରସ୍ତୁତି ଚାଲିଛି । କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମାପନ ପାଇଁ ଭାରତୀୟ ନୌସେନା, ଓଡ଼ିଶା ସରକାର ତଥା ସ୍ଥାନୀୟ କର୍ତ୍ତପକ୍ଷ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ସମୁଦ୍ର କୂଳରୁ ଲାଇଭ ପ୍ରଦର୍ଶନକୁ ଦେଖିବା ପାଇଁ ଦର୍ଶକ ଓ ପର୍ଯ୍ୟଟଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଛି ।
କାର୍ଯ୍ୟକ୍ରମକୁ ଜାତୀୟ ଟେଲିଭିଜନରେ ସିଧା ପ୍ରସାରଣ କରାଯିବା ସହ ଭାରତୀୟ ନୌସେନାର ୟୁଟ୍ୟୁବରେ ମଧ୍ୟ ପ୍ରସାରଣ କରାଯିବ । ୨୦୨୨ ଡିସେମ୍ବର ୪ ତାରିଖରେ ବିଶାଖାପାଟଣାରେ ନୌସେନା ଦିବସରେ ବି ରାଷ୍ଟ୍ରପତି ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ।