କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ; ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲରେ କଲେ ଆଲୋଚନା

(କେନ୍ୟୁଜ): ଏବେବି କୋଭିଡ ଚ୍ୟାଲେଞ୍ଜ ସରିନି । ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବା ଆବଶ୍ୟକ। ୨ ସପ୍ତାହ ଧରି କିଛି ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ିଛି । କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର କୋଭିଡ ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ନରେନ୍ଦ୍ର ମୋଦି ।

ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଦେଶବାସୀ ନିର୍ଭୀକତାର ସହ କରୋନା ମୁକାବିଲା କରିଛନ୍ତି। କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ ଆହ୍ଵାନ ଦେଇଛନ୍ତି ମୋଦି। କୋଭିଡ ପରିଚାଳନା ପାଇଁ ମେଡିକାଲ ଭିତ୍ତିଭୂମି ଓ ମାନବସମ୍ବଳର ବୃଦ୍ଧି ଉପରେ ଆଲୋଚନା କରାଯାଇଛି । ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମନ୍ଵୟ ଆବଶ୍ୟକ।

ଦୁଇବର୍ଷ ମଧ୍ୟରେ କରୋନାରେ ଯେଉଁ ଳହର ଆସିଛି ସେଥିରୁ ବହୁତ କିଛି ଶିଖିବାକୁ ପଡିଛି । ବର୍ତ୍ତମାନ କରୋନା ମାମଲା ବଢୁଥିବାରୁ ଟିକାକରଣକୁ ପ୍ରାଥମିକତା ଦିଆଯାଉଛି । ବର୍ତ୍ତମାନ ଛୋଟ ପିଲାଙ୍କୁ ବି ଟିକା ଦିଆଯାଉଛି । ଏ ନେଇ ସମସ୍ତ ସ୍କୁଲରେ ଅଭିଯାନ ଆରମ୍ଭ ହେବା ଦରକାର । ଶିକ୍ଷକ ଓ ଅଭିଭାବକଙ୍କୁ ମଧ୍ୟ ଏ ନେଇ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.