କିଛି ସମୟ ପରେ ଭୁବନେଶ୍ବର ପହଞ୍ଚିବେ ପ୍ରଧାନମନ୍ତ୍ରୀ, ତିନିଦିନିଆ ଡିଜିପି ସମ୍ମିଳନୀରେ ଦେବେ ଯୋଗ

ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ତିନିଦିନିଆ ଡିଜିପି ସମ୍ମିଳନୀରେ ଯୋଗଦେବାକୁ ଭୁବନେଶ୍ବର ଆସୁଛନ୍ତି ।  ଅପରାହ୍ଣ ୪ଟା ୨୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସାଢେ ୪ଟାରେ ବିମାନବନ୍ଦର ପାଖରେ ଏକ ସଭାରେ ଯୋଗ ଦେବେ । ଏହାପରେ ସିଧାସଳଖ ରାଜଭବନ ଯିବେ ପ୍ରଧାନମନ୍ତ୍ରୀ ।

ସନ୍ଧ୍ୟା ୬ଟା ୩୦ରେ ରାଜଭବନରୁ ବିଜେପି କାର୍ଯ୍ୟାଳୟ ଆସିବେ । ପାଖାପାଖି ୨ ଘଣ୍ଟା ଯାଏ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୨ ଘଣ୍ଟା ରହିବେ। ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିବେ। ଜୁନ ମାସରେ ସରକାର ଗଠନ ପରଠାରୁ ଓଡ଼ିଶାରେ ବିଜେପି ସରକାର ରାଜ୍ୟର ଅଭିବୃଦ୍ଧିକୁ ଆଗକୁ ବଢାଇବାକୁ ଆଗଭର ହୋଇ କାମ କରୁଛନ୍ତି। ଗରିବ ଓ ସମାଜର ସବୁଠାରୁ ତଳସ୍ତରରେ ଥିବା ଗୋଷ୍ଠୀଙ୍କ ଜୀବନରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଓଡ଼ିଶା ଆସିବା ପୂର୍ବରୁ ଏହି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୋଦିଙ୍କ ସ୍ବାଗତ ପାଇଁ ବିଜେପି କାର୍ଯ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଦଳୀୟ କାର୍ଯ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ। ଏହି ସମୟରେ ରାଜ୍ୟ ସରକାରଙ୍କ ୬ମାସର ଉପଲବ୍ଧି ଉପରେ ଆଲୋଚନା କରିବା ସହ ଆଗାମୀ କାର୍ଯ୍ୟପନ୍ଥା ନେଇ ମୋଦୀ ଦଳର କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି । ବିରୋଧୀ ବିଜେଡ଼ି ଓ କଂଗ୍ରେସକୁ କିଭଳି ଭାବେ ମାତ ଦେଇ ରାଜ୍ୟରେ ବିଜେପି ଆହୁରି ଆଗକୁ ଯିବ ସେନେଇ ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯିବ।

You might also like