ଧାନ କିଣାରେ ଅବ୍ୟବସ୍ଥା, ଏଥର ଅଧିକ ୯ଲକ୍ଷ ଟନ୍ ଧାନ କ୍ରୟ ପାଇଁ ଘୋଷଣା କରିଛନ୍ତି ସରକାର

ଧାନ କିଣାରେ ଅବ୍ୟବସ୍ଥା ।  ମଣ୍ଡିରୁ ଧାନ ଉଠୁନି କି ରଖିବା ପାଇଁ ଜାଗା ନାହିଁଁ ।  ଧାନ କିଣା ପାଇଁ କେନ୍ଦ୍ର ଉପରେ ୧୮ ହଜାର କୋଟି ଟଙ୍କା ବକେୟା ପଡିଛି ।  କଟନୀ ଛଟନୀ ବନ୍ଦ ହେବ କି ନାହିଁ ସନ୍ଦେହ ଅଛି ।  ପୂର୍ବାପେକ୍ଷା ଏଥର ଅଧିକ ୯ଲକ୍ଷ ଟନ୍ ଧାନ କ୍ରୟ ପାଇଁ ଘୋଷଣା କରିଛନ୍ତି ସରକାର ।

ଏପଟେ ବର୍ଦ୍ଧିତ ଏମଏସପି ପାଇଁ ଧାନ ବିକ୍ରୟ ଉପରେ ଲାଗିଛି କଟକଣା ।  ସେଥିପାଇଁ ନିଜର ଉତ୍ପାଦିତ ବଳକା ଧାନ ବିକିବାକୁ ଚିନ୍ତାରେ ଅଛନ୍ତି ଚାଷୀ ।  ରାଜ୍ୟ ସରକାର ସୀମା ସିଲ୍ କରିବା ସହ ଧାନ ଗାଡି ଉପରେ କଡା ନଜର ରଖିଥିବାରୁ ବେପାରୀ ଧାନ କିଣୁନଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ସରକାର ଧାର୍ଯ୍ୟ ପରିମାଣଠୁ ଅଧିକ ଧାନ କିଣିବେ ନାହିଁ ବୋଲି ସ୍ପଷ୍ଟ କରଛନ୍ତି। ଏଭଳି ପରିସ୍ଥିତିରେ ବଳକା ଧାନ କଣ କରିବେ ସେନେଇ ଚାଷୀଙ୍କୁ ଚିନ୍ତା ଘାରିଛି ।  ଚଳିତବର୍ଷ ୮୦୦ ଟଙ୍କା ଇନପୁଟ ସହାୟତା ପ୍ରଦାନ କରୁଥିବାରୁ ଚାଷୀମାନେ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ।