ସମ୍ପୂର୍ଣ୍ଣ ଅନଲାଇନ୍‌ ହେଲା ଜମି କିଣାବିକା ପ୍ରକ୍ରିୟା, ମୁଖ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର(କେନ୍ଯୁଜ୍): ସମ୍ପୂର୍ଣ୍ଣ ଅନଲାଇନ୍‌ ହେଲା ଜମି କିଣାବିକା ପ୍ରକ୍ରିୟା । ଏହାସହ ସମ୍ପୂର୍ଣ୍ଣ ଅନଲାଇନ ହୋଇଛି ରାଜସ୍ୱ ସେବା । ୫ଟି ବ୍ୟବସ୍ଥାକୁ ମଜଭୁତ କରିବା ଦିଗରେ ଏଭଳି ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଜମିଜମା ଦାଖଲ-ଖାରଜ ମାମଲାର ଫଇସଲା ସମୟସୀମା ୭ ଦିନକୁ ହ୍ରାସ କରାଯାଇଥିବା ବେଳେ ଜାତି, ଆୟ, ଓ ଆବାସିକ ପ୍ରମାଣପତ୍ର ଯୋଗାଇବା ସମୟସୀମା ମଧ୍ୟ ହ୍ରାସ କରାଯାଇଛି ।

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସବରେଜିଷ୍ଟ୍ରାର ଓ ଜିଲ୍ଲା ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବଶ୍ୟକ ପରିବର୍ତ୍ତନ କରିବା ପାଇଁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଅଂଶୀଦାରଙ୍କ ବିରୋଧ ନ ଥିଲେ ଦାଖଲ-ଖାରଜ ପ୍ରକ୍ରିୟା ୭ ଦିନ ଭିତରେ ସାରି ପଟ୍ଟା ପ୍ରମାଣପତ୍ର ଦିଆଯିବ ।

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି ଓ ପଛୁଆ ବର୍ଗ ଜାତି ପ୍ରମାଣପତ୍ର ୧୫ ଦିନରେ ମିଳିବ ।ପୂର୍ବରୁ ଏହି ସମୟସୀମା ୩୦ ଦିନ ଥିଲା । ସମ୍ପତ୍ତିଗତ ପ୍ରମାଣପତ୍ର ଯୋଗାଣ ସମୟସୀମା ପୂର୍ବ ନିର୍ଦ୍ଧାରିତ ୧୫ ଦିନରୁ ୧୦ ଦିନକୁ କମାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.