ରାଜ୍ୟ

ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କହିଲେ- ଉଚ୍ଚସ୍ତରୀୟ ତଦନ୍ତ କରାଯିବ

(କେନ୍ୟୁଜ): ଟ୍ରେନ ଦୁର୍ଘଟଣା ସ୍ଥଳ ବାହାନଗା ଷ୍ଟେସନରେ ପହଞ୍ଚିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ଘଟଣା ସ୍ଥଳରେ ପହଞ୍ଚି ପୁରା ଘଟଣାର ସ୍ଥିତି ଅନୁଧ୍ୟାନ କରି ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନ ପରେ ଏପରି ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଏହି ଦୁର୍ଘଟଣାରୁ ବର୍ତ୍ତି ଗୁରୁତର ହୋଇଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ସହ ଉପଯୁକ୍ତ ଚିକିତ୍ସା ଯୋଗାଇବା ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି।

ଏହି ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଏହା ବଡ଼ ରେଳ ଦୁର୍ଘଟଣା। ରେଳବାଇ, ଏନଡିଆରଏଫ, ଏସଡିଆରଏଫ ଏବଂ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ କରୁଛନ୍ତି। ସର୍ବୋତ୍ତମ ସମ୍ଭାବ୍ୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଗତକାଲି କ୍ଷତିପୂରଣ ଘୋଷଣା କରାଯାଇଥିଲା। ଏହା ବିଷୟରେ ତଦନ୍ତ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି। କାହାର ତ୍ରୁଟି ରହିଛି, କ’ଣ ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।

ସେପଟେ ପ୍ରାୟ ୯୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଏବେ ବି ଉଦ୍ଧାର ହେଉଛି ମୃତଦେହ । ମୃତାହତଙ୍କୁ ହସ୍ପିଟାଲ ନେବାକୁ ନିଅଣ୍ଟ ହେଉଛି ଆମ୍ବୁଲାନ୍ସ । ଟ୍ରାକ୍ଟର ଡାଲାରେ ଗଦା କରି ବୁହା ହେଲା ମୃତଦେହ । ପିକ୍‌ଅପ୍‌ ଭ୍ୟାନ୍‌ ଡାଲାରେ ଲୋଡ୍ କରି ବୁହା ହେଲା ଶବ। ଗତକାଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଭୁବନେଶ୍ୱର ଓ କୋଲକାତାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନଡିଆରଏଫ, ରାଜ୍ୟ ସରକାରଙ୍କ ଉଦ୍ଧାରକାରୀ ଦଳ ସହ ବାୟୁସେନାକୁ ମଧ୍ୟ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଗୁରୁତର ଆହତଙ୍କୁ ୨ ଲକ୍ଷ ଏବଂ ସାମାନ୍ୟ ଆହାତ ହୋଇଥିବା ଲୋକଙ୍କୁ ୫୦,୦୦୦ ଟଙ୍କା କ୍ଷତି ପୂରଣ ଦିଆଯିବ ବୋଲି ଘୋ‌ଷଣା କରାଯାଇଛି ।

Barsha

Recent Posts

ରକ୍ତ ଚନ୍ଦନ ପ୍ୟାକ୍‌ ମୁହଁରୁ ଦାଗ ଦୂର କରିବାରେ ଅନେକ ସାହାଯ୍ୟ କରେ, ଏହି ୨ଟି ଉପାୟରେ କରନ୍ତୁ ବ୍ୟବହାର ସମସ୍ୟାରୁ ମିଳିବ ମୁକ୍ତି

ଚନ୍ଦନ କାଠର ଉପକାରିତା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଏହା ସମସ୍ତ କାମ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ…

1 hour ago

ରାଜସ୍ଥାନରୁ ଚୋରା ଚାଲାଣ କରି ଅଣାଯାଇଥିବା ୧୯ ଓଟ ଜବତ, ୪ ଆନ୍ତଃରାଜ୍ୟ ବେପାରୀ ଗିରଫ

ବିହାରର ଗୋପାଳଗଞ୍ଜରେ ଓଟ ଚୋରା ଚାଲାଣ କରୁଥିବା ଏକ ବଡ଼ ର‍୍ୟାକେଟ୍‌ ଧରାପଡ଼ିଛି । ପୋଲିସ ଏଠାରେ ଚଢ଼ାଉ କରି…

1 hour ago

ସ୍ୱାଧିନତାର ଏତେ ବର୍ଷ ପରେ ବି ଏ ଗାଁକୁ ପହଂଚି ପାରିନାହିଁ ସରକାରୀ ଯୋଜନା

ସୁବର୍ଣ୍ଣପୁର (କେନ୍ୟୁଜ) : ବଦଳିଛି ଯୁଗ ଆଉ ବଦଳିଛି ସମୟ । ହେଲେ ସ୍ୱାଧିନତାର ଏତେ ବର୍ଷ ପରେ ବି…

1 hour ago

ପ୍ରତିଶୃତି ଦେଇ ଘର ବନାଇଦେଲେ କିନ୍ତୁ ଦେଲେନି ଆବାସ ଟଙ୍କା, ଏବେ ହତାଶ ହିତାଧିକାରୀ

ସୁବର୍ଣ୍ଣପୁର (କେନ୍ୟୁଜ) : ଗରିବଙ୍କ ମୁଣ୍ଡ ଗୁଂଜିବାକୁ ସରକାରୀ ତରଫରୁ ରହିଛି ଇନ୍ଦିରା ଆବାସ, ମୋ କୁଡିଆ ଏବଂ ପ୍ରଧାନମନ୍ତ୍ରୀ…

2 hours ago

ବଢ଼ିବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଠାରୁ ଲୁଟିନେଲେ ୧୫ ଲକ୍ଷ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ସାଇବର…

2 hours ago

ବଢିବାରେ ଲାଗିଛି ମେଡ୍‌ ଇନ୍‌ ଇଣ୍ଡିଆ ଆଇଫୋନ୍‌ର ଚାହିଦା, ଦୁଇଗୁଣା ହୋଇଛି ଏକ୍ସପୋର୍ଟ ହାର

ଭାରତରେ ତିଆରି ଆଇଫୋନ୍ ସାରା ବିଶ୍ୱରେ ବହୁତ ଚାହିଦା ରହିଛି । ତେବେ ଏପ୍ରିଲ୍ ଏବଂ ମେ ମାସରେ ଭାରତରୁ…

2 hours ago