ଭୁଜାଲିରେ ଆକ୍ରମଣ କରି ଦୁଇଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

ଯାଜପୁର: ଭୁଜାଲିରେ ଆକ୍ରମଣ କରି ଦୁଇଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ।  ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଶଙ୍ଖ ମଠ ନିକଟରେ ହୋଇଛି ଲୁଟ ।  ପାଣିକୋଇଲି ଥାନା ପଥରପଦା ଅଞ୍ଚଳର କୃଷ୍ଣ ଦାସ ଏକ ବ୍ୟାଗରେ ଦୁଇଲକ୍ଷ ଟଙ୍କା ନେଇ ନିଜ ବୁଲେଟରେ ଚଣ୍ଡିଖୋଲର ଏକ ଫାଇନାସ ଅଫିସକୁ ଦେବାପାଇଁ ଯାଉଥିଲେ ।

ଶଙ୍ଖମଠ ନିକଟରେ ଦୁଇଜଣ ଦୁର୍ବୁତ୍ତ ଏକ ନମ୍ବରବିହୀନ ନାଲିରଙ୍ଗର ଆପାଚି ଗାଡ଼ିରେ ଆସି କୃଷ୍ଣଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗଟିକୁ ଝାମ୍ପିନେଇ ଥିଲେ ।  ଭୁଜାଲି ଚୋଟରେ ଆହତ କୃଷ୍ଣ ଦାସ ଲୁଟ ନେଇ ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବ୍ରହ୍ମବରଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

You might also like