କଲେଜ ଭିତରେ ଅଧ୍ୟକ୍ଷ ଓ ଅଧ୍ୟାପିକାଙ୍କ ରାସଲୀଳା, ଭିଡିଓ ଭାଇରାଲ

ନିଆଳି (କେନ୍ୟୁଜ): ଯେତେ ମାଠିବ ମାଠ ମୁଁ ସେଇ ଦର ପୋଡା କାଠ। ଏହି ଉକ୍ତିଟି କହିବାର ଅର୍ଥ ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଶିରୋନାମା ପାଲଟିଲାଣି ଗୁରୁ ମାନଙ୍କ କେଳିଙ୍କାରିର ଛବି। କେଉଁଠି ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଛେଚା ଖାଇ ଜେଲ ଯାଉଛନ୍ତି ତ’ କେଉଁଠି ସହ କର୍ମୀଙ୍କୁ ମଧ୍ୟ ପ୍ରେମ କରି ଧରା ପଡିପଡୁଛନ୍ତି। ଏପରି ଘଟଣା ନଜରକୁ ଆସିବା ପରେ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି। ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ଓ ଛାତ୍ରଛାତ୍ରୀ ଧକ୍କା ମାରି କଲେଜ ଅଧ୍ୟକ୍ଷଙ୍କୁ ବାହର କରିଛନ୍ତି। ଘଟଣା ସ୍ଥଳରେ ଏମିତି ଉତ୍ତେଜନା ଦେଖାଦେଲା ଯେ, ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଶାନ୍ତ କରିବା ପାଇଁ ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ସୂଚନା ମୁତାବକ କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦାସ୍ଥିତ ଦୋଳ ଗୋବିନ୍ଦ ବ୍ରଜ କିଶୋର ସରକାରୀ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ରାଧାକାନ୍ତ ରାଉତ ଓ ଜଣେ ଅଧ୍ୟାପିକାଙ୍କ ରାସଲୀଳା ଭିଡିଓ ସିସିଟିଭିରେ କୟଦ ହୋଇଛି। ପରେ ପ୍ରଘଟ ହେବା ପରେ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ କଲେଜର ଛାତ୍ରଛାତ୍ରୀମାନେ ଘଟଣାକୁ ନିନ୍ଦା କରିବା ସହିତ କଲେଜ ପରିସରରୁ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଠେଲି ଠେଲି ବାହାର କରିଦେଇଛନ୍ତି। ଅଧ୍ୟକ୍ଷଙ୍କ କେବଳ ରାସଲୀଳା ଦୋଷ ତା ନୁହେଁ ପବିତ୍ର ଶିକ୍ଷାନୁଷ୍ଠାନରେ ମଦ୍ୟପାନ କରୁଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି।‌

କଥା ଉଠୁଛି ଏତେ ସବୁ ଘଟଣା ଘଟୁଥିଲେ ସୁଦ୍ଧା କଲେଜର ଅନ୍ଯ କର୍ମଚାରୀଙ୍କ ନଜରକୁ ଆସୁ ନଥିଲା ନାଁ ଦେଖି ସବୁ ନିରବଦ୍ରଷ୍ଟା ସାଜୁଥିଲେ। ତେବେ ସିସିଟିଭି ଭିଡିଓ ମହାବିଦ୍ୟାଳୟ ପରିସରରୁ କେଉଁ ପରିସ୍ଥିତିରେ ପଦାକୁ ଆସିଲା ଏ କଥାକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ତେବେ ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କ କୋୖଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏବଂ କଟକ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଛୁଟିରେ ପଠାଇ ଦେଇଥିବା ସୂଚନା ମିଳିଛି।

Leave A Reply

Your email address will not be published.