ଜମି କିଣାବିକା ପାଇଁ ବଦଳିଲା ନିୟମ: ରେଜିଷ୍ଟ୍ରେସନ ପୂର୍ବରୁ ଅନଲାଇନରେ କରିବାକୁ ହେବ ସ୍ଲଟ ବୁକିଂ

ଜମି କିଣାବିକା ପାଇଁ ବଦଳିଲା ନିୟମ । ଭିଡ଼ ସମସ୍ୟା ଦୂର କରିବା ପାଇଁ ଏଣିକି ଅନ୍ ଲାଇନ୍ ସ୍ଲଟ୍ ବୁକିଂ କରିବାକୁ ହେବ । ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜିକରଣ କରାଯିବ । ଆଇଜିଆଇ ବା ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ ପକ୍ଷରୁ ଏନେଇ ଘୋଷଣା ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ଜମି କିଣାବିକା ପାଇଁ ବଦଳିଲା ନିୟମ । ଭିଡ଼ ସମସ୍ୟା ଦୂର କରିବା ପାଇଁ ଏଣିକି ଅନ୍ ଲାଇନ୍ ସ୍ଲଟ୍ ବୁକିଂ କରିବାକୁ ହେବ । ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜିକରଣ କରାଯିବ । ଆଇଜିଆଇ ବା ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ ପକ୍ଷରୁ ଏନେଇ ଘୋଷଣା ହୋଇଛି । ଏହା ଦ୍ୱାରା ଜମି କିଣାବିକା ବା ଯେକୌଣସି ସେଲ୍ ଡିଡ୍ କିମ୍ବା ପଞ୍ଜୀକରଣ ପାଇଁ ସବ୍ରେଜିଷ୍ଟ୍ରସନ୍ ଅଫିସରରେ ଭିଡ ହେବ ନାହିଁ ।

ପୂର୍ଵରୁ ସ୍ଲଟ ବୁକ ହିତାଧିକାରୀଙ୍କୁ ପଞ୍ଜିକରଣ ପାଇଁ ସୁଯୋଗ ମିଳିବ। ଏହା ଫଳରେ ଜାଲିଆତି ଓ ଦୁର୍ନୀତିକୁ ମଧ୍ୟ ରୋକିହେବ। ଏହାକୁ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ। ଏହା ଦ୍ୱାରା ଜଣେ ବ୍ୟକ୍ତି ବିଶ୍ୱର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ତାର ଜମି କିଣାବିକା ପଞ୍ଜୀକରଣ ପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ ।

 

Leave A Reply

Your email address will not be published.