ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଶୃଙ୍ଖଳିତ ରଥଯାତ୍ରା ଲାଗି ବିଭିନ୍ନ ବିଭାଗ ନିଜ ନିଜ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବେ । ରଥଯାତ୍ରା ସମୟରେ ପାନୀୟ ଜଳ, ରାସ୍ତାଘାଟ, ଗମନାଗମନ, ବିଦ୍ୟୁତ, ପୌରବ୍ୟବସ୍ତା ଏବଂ ସୁରକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।

ଚଳିତ ବର୍ଷ ବିରଳ ରଥଯାତ୍ରା ପଡୁଛି ଏହାକୁ ଶୃଙ୍ଖଳିତ କରିବା ଲାଗି ଆଇନ ମନ୍ତ୍ରୀଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆରଡିସିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ ଆଜି ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷାତରେ ବୈଠକ ଅନୁଷ୍ଠିତ ହେବ । ଏହା ପରେ ଆଉ ଏକ ରଥଯାତ୍ରା ସମନ୍ୱୟ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ।