ଭୁବନେଶ୍ୱରରେ ପହଁଚିଲା ଦୁବାଇରୁ ଆସିଥିବା ଦ୍ୱିତୀୟ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଁଚିଲା ଦୁବାଇରୁ ଆସିଥିବା ଦ୍ୱିତୀୟ ବିମାନ । ବିମାନରେ ମୋଟ ୧୫୦ଜଣ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଛନ୍ତି । ୧୫୦ ଜଣଙ୍କ ମଧ୍ୟରୁ ୧୪୭ ଜଣ ପ୍ରବାସୀ ଓଡିଆ ଥିବାବେଳେ ୨ ଜଣ ବିହାର ଓ ୨ କୋଲକତାର ଯାତ୍ରୀ । ଯାତ୍ରୀମାନେ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ଯିବାପାଇଁ ଟ୍ୟାକ୍ସିର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ବର୍ତ୍ତମାନ କରୋନା ଭାଇରସ୍ ସାରା ବିଶ୍ୱକୁ ଆତଙ୍କିତ କରିଥିବା ବେଳେ ଆରବ ଦେଶ ଗୁଡ଼ିକରେ ଥିବା ପ୍ରବାସୀମାନେ ନିଜ ଘରମୁହଁ ହୋଇଛନ୍ତି । ଭାରତ ସରକାରଙ୍କ ସହାୟତାରେ ଦୁବାଇରେ ଥିବା ପ୍ରବାସୀମାନେ ଭାରତ ଫେରୁଛନ୍ତି । ସେହି କ୍ରମରେ ପୂର୍ବରୁ ଗୋଟିଏ ବିମାନରେ ୧୫୧ ଜଣ ଓଡ଼ିଆ ରାଜ୍ୟକୁ ଫେରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.