ଆଜି ଲୋକାର୍ପିତ ହେବ ଦ୍ୱିତୀୟ ପର୍ଯ୍ୟାୟ ସ୍ମାର୍ଟ କ୍ଲାସ ରୁମ୍‌, ମୁଖ୍ୟମନ୍ତ୍ରୀ କରିବେ ଉଦ୍‌ଘାଟନ

ଭୁବନେଶ୍ୱର(କେନ୍ଯୁଜ୍): ଆଜି ଲୋକାର୍ପିତ ହେବ ଦ୍ୱିତୀୟ ପର୍ଯ୍ୟାୟ ସ୍ମାର୍ଟ କ୍ଲାସ ରୁମ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଏଥିପାଇଁ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବେ ୫ ମନ୍ତ୍ରୀଙ୍କ ସମେତ ୨୩ ବିଧାୟକ। ହିଜିଂଳିକାଟୁ ନିର୍ବାଚନ ମଣ୍ଡଳୀରେ ୧୦ଟି ଉଚ୍ଚ ବିଦ୍ୟାଳୟର ଉଦ୍‌ଘାଟନ କରାଯିବ। ହିଞ୍ଜିଳିରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କର ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ପ୍ରଥମ ପର୍ଯ୍ୟାୟରେ ହିଞ୍ଜିଳି ଓ ଶେରଗଡ଼ରେ ୧୦ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୦ ସ୍କୁଲର କାୟାକଳ୍ପ ହେବ।

୩୦ ତାରିଖ ମଧ୍ୟରେ ୫୦ଟି ସ୍ମାର୍ଟ ସ୍କୁଲର ଲୋକାର୍ପଣ କରାଯିବ । ୫ଟି ପର୍ଯ୍ୟାୟରେ ୧୦୮ ବିଧାୟକ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିବେ । ସ୍ମାର୍ଟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ କ୍ଲାସରୁମ ଅତ୍ୟାଧୁନିକ ଢାଞ୍ଚାରେ ନିର୍ମାଣ କରାଯିବା ସହ ଇ-ଲାଇବ୍ରେରୀ, ଇ-ଲାବୋରେଟୋରୀ, ଅତ୍ୟାଧୁନିକ ଟଏଲେଟ୍‌, ପିଇବା ପାଣି ଆଦିର ବ୍ୟବସ୍ଥା କରାଯିବ । ବ୍ଲାକବୋର୍ଡ ପରିବର୍ତ୍ତେ ଏଲ୍‌ଇଡି ଟିଭି ଓ ହ୍ଵାଇଟ୍‌ ବୋର୍ଡରେ ପାଠ ପଢିବେ ଛାତ୍ରଛାତ୍ରୀ ।

Leave A Reply

Your email address will not be published.