ସେକ୍ସ କାରବାର ପାଇଁ ଟ୍ୱିନ ସିଟିକୁ କବଜା କଲେଣି ବାଂଲାଦେଶୀ ! ଖଣ୍ଡଗିରିରୁ ପୁଣି ଠାବ ହେଲା ରାକେଟ
ଭୁବନେଶ୍ୱର : ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍ । ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଛି । ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ଥାନା ପୋଲିସ । ଖଣ୍ଡଗିରି ଅଞ୍ଚଳର ଏକ ଘରେ ଏହି ସେକ୍ସ କାରବାର ଚାଲିଥିଲା । ଏଥିରେ ନୟାଗଡ଼ର ଜଣେ ରାଣୀ ମହୁମାଛୀଙ୍କ ଜରିଆରେ ଏହି କାରବାର ଚାଲିଥିବା ପୋଲିସ ଜାଣିବାକୁ ପାଇଛି ।
କିଛି ଦିନ ତଳେ କଟକ ମଧୁପାଟଣା ଥାନା ଅଞ୍ଚଳରୁ ସନ୍ଦେହଜନକ ଭାବେ ନାବାଳିକା ଉଦ୍ଧାର ଘଟଣାରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଥିଲା ପୋଲିସ । ନାବାଳିକାଙ୍କୁ ଦେହଜୀବୀ ଭାବେ କାମରେ ଲଗାଇଯାଇଥିବା ନେଇ କଟକ ଶିଶୁ ମଙ୍ଗଳ କମିଶନଙ୍କ ରିପୋର୍ଟ ପରେ ଏବେ ଦ୍ବୈତନଗରୀରେ ବାଂଲଦେଶୀ ସେକ୍ସ ରାକଟେକୁ ନେଇ ଚର୍ଚ୍ଚା। ନାବାଳିକାଙ୍କ ବୟାନ ଆଧାରର CWC ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛି, ତାକୁ ନେଇ ଖେଳିଛି ଚାଞ୍ଚଲ୍ୟ ।
ନାବାଳିକାର କହିବା ମୁତାବକ ଚାକିରି ପାଇଁ ଫେସବୁକ୍ ମାଧ୍ୟମରେ ଯୋଗାଯୋଗ କରି ବାଂଲାଦେଶରୁ କଲିକତା ଆସିଥିଲା । ପରବର୍ତ୍ତୀ ସମୟରେ ଭୁବନେଶ୍ୱର ଆସି ପହଞ୍ଚିବା ପରେ ଦଲାଲ ମାଧ୍ୟମରେ କଟକରେ ପହଞ୍ଚିଥିଲା । ଗତ ୯ ତାରିଖରେ ନାବାଳିକା ଜଣକ ମଧୁପାଟଣା ଅଞ୍ଚଳରେ ବୁଲୁଥିବା ସମୟରେ ପୋଲିସ ଉଦ୍ଧାର କରି ବସୁନ୍ଧରାକୁ ପଠାଇଥିଲା । ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା କି ନାବାଳିକାକୁ ଅନୈତିକ କାର୍ଯ୍ୟରେ ଲିପ୍ତ କରିଥିଲେ ଏହି ଦମ୍ପତି। ତେବେ ସିଡବ୍ଲ୍ୟୁସି ଅଭିଯୋଗ ଆଧାରରେ ପୋଲିସ ଉଭୟ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।