ଶିବଲିଙ୍ଗକୁ ଭାଙ୍ଗି ଦେଲେ ଦୁର୍ବୃତ୍ତ, ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାରେ ପ୍ରତିବାଦ

କରଞ୍ଜିଆ : ଶିବଲିଙ୍ଗକୁ ଭାଙ୍ଗି ଦେଲେ ଦୁର୍ବୃତ୍ତ । ଗତକାଲି ଅପରାହ୍ନରେ ଝାଡ଼ଖଣ୍ଡ ରାଜ୍ୟର ଜଗନ୍ନାଥପୁର ଥାନା ଅନ୍ତର୍ଗତ ଜୟନ୍ତ ଗଡ଼ ନିକଟରେ ବୈତରଣୀ କୂଳରେ ଥିବା ଏକ ମନ୍ଦିରରେ ଶିବ ଲିଙ୍ଗକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି । ଏହି ମନ୍ଦିରଟି କେନ୍ଦୁଝର ଜିଲ୍ଲା ,ମୟୁରଭଞ୍ଜ ଜିଲ୍ଲା ଏବଂ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ । ଏହାର ପ୍ରତିବାଦ ଆଜି ଓଡ଼ିଶାରେ ଦେଖିବାକୁ ମିଳିଛି । ଚମ୍ପୁଆ ଏବଂ ରରୁଆ ମୁଖ୍ୟ ରାସ୍ତା ଫଗୁ ନିକଟରେ ସ୍ଥାନୀୟ ଜନସାଧାରଣ ଅବରୋଧ କରିଛନ୍ତି । ଯାହା ଫଳରେ ଉଭୟ ପାଶ୍ୱରେ ଶହ ଶହ ଗାଡି ଅଟକି ଯାଇଛି । ରାସ୍ତା ଅବରୋଧ ହଟାଇବାକୁ ଘାଘରବେଡା ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାମଣା କରୁଛନ୍ତି।