ଶ୍ରୀଜଗନ୍ନାଥ ମନ୍ଦିର ଆଇନ ସଂଶୋଧିତ ଅଧ୍ୟାଦେଶ ଜାରି, ଜମି ବିକ୍ରି ଓ ଲିଜ୍‌ ପାଇଁ କମିଟିକୁ କ୍ଷମତା

ପୁରୀ(କେନ୍ଯୁଜ୍): ଶ୍ରୀଜଗନ୍ନାଥ ମନ୍ଦିର ଆଇନ ସଂଶୋଧିତ ଅଧ୍ୟାଦେଶ ଜାରି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ , ୧୯୫୪ରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକ ଅଧ୍ୟାଦେଶ ଆଇନ ବିଭାଗ ପକ୍ଷରୁ ଜାରି କରାଯାଇଛି। ମହାପ୍ରଭୁଙ୍କ ନାଁରେ ରହିଥିବା ଜମି ହସ୍ତାନ୍ତର ପାଇଁ ପୂର୍ବରୁ ଆଇନର ୧୬ ଧାରାରେ ଥିବା ବ୍ୟବସ୍ଥା ସଂଶୋଧନ କରାଯାଇଛି। ମନ୍ଦିର ପରିଚାଳନା କମିଟି ଦଖଲକୁ ନେଇଥିବା ଅଚଳନ୍ତି ସମ୍ପତ୍ତି ଲିଜ୍‌, ବିକ୍ରି ଏବଂ ହସ୍ତାନ୍ତର ପାଇଁ କମିଟିକୁ କ୍ଷମତା ଦିଆଯାଇଛି।

ଏଥିପାଇଁ କମିଟି ବିଭିନ୍ନ ସର୍ତ୍ତ ରଖିପାରିବ ବୋଲି କୁହାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଏଭଳି ସଂଶୋଧନ ଏବଂ ଅଧ୍ୟାଦେଶ ଯୋଗୁଁ ଜମି ବିକ୍ରି ପାଇଁ ପୂର୍ବପରି ରାଜ୍ୟ ସରକାରଙ୍କଠାରୁ ମନ୍ଦିର ପ୍ରଶାସନକୁ ଆଉ ଅନୁମତି ନେବାକୁ ପଡିବନି। ଏଭଳି ଅଧ୍ୟାଦେଶ ଯୋଗୁଁ ଜମି ବିକ୍ରି ବ୍ୟବସ୍ଥା ଅଧିକ ସରଳ ଏବଂ ତ୍ୱରାନ୍ଵିତ ହୋଇପାରିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ୬୨ହଜାର ଏକର ଜମି ରହିଛି। ୧୯୯୮ ମସିହାଠାରୁ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଆରମ୍ଭ ହୋଇଛି। ୫ ତାରିଖରେ କ୍ୟାବିନେଟ୍‌ରେ ପ୍ରସ୍ତାବ ଗ୍ରହଣ ହୋଇଥିଲା। ଗତକାଲି ଏହାର ଅଧ୍ୟାଦେଶ ଆଇନ ବିଭାଗ ଜାରି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.