ଓଡ଼ିଶାମୁହାଁ ମୌସୁମୀ, ଆଇଏମଡିର ଆକଳନ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାମୁହାଁ ମୌସୁମୀ । ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ । ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ ଦିନ ପରେ ଓଡିଶା ଛୁଇଁଥାଏ । ଚଳିତ ଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ବାଭାବିକ ସମୟର ଦୁଇ ଦିନ ପୂର୍ବରୁ କେରଳ ଛୁଇଁଥିବାବେଳେ ଓଡ଼ିଶାରେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଇଏମଡି ଯେଉଁ ଆକଳନ କରିଛି ତାକୁ ଦେଖିଲେ ୨ ଦିନ ପୂର୍ବରୁ ଦକ୍ଷିଣ ଓଡିଶାରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି ।
ଅନ୍ୟପଟେ କାଳବୈଶାଖୀଜନିତ ସ୍ଥିତି ପାଇଁ ରାଜ୍ୟରେ ସାମାନ୍ୟ ତାପମାତ୍ରା ହ୍ରାସ ପାଇଛି। ଆଜି ମଧ୍ୟ କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଆଶଙ୍କା ରହିଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ଆଶଙ୍କା ରହିଛି। ଆଜି ଗରମ ଓ ଗୁଳିଗୁଳି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।