ମହାନଦୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି

ସ୍ୱତନ୍ତ୍ର ମୋସନ ଆକାରରେ ମହାନଦୀ ପ୍ରସଙ୍ଗ ଆଲୋଚନା ହେଉ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଦାବି ରଖିଥିଲେ। ବିଜେପି ମଧ୍ୟ କଂଗ୍ରେସ ସହିତ ସ୍ୱର ମିଳାଇଥିଲା।

ଭୁବନେଶ୍ୱର (କେନ୍ୟୁଜ): ମହାନଦୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା। ସ୍ୱତନ୍ତ୍ର ମୋସନ ଆକାରରେ ମହାନଦୀ ପ୍ରସଙ୍ଗ ଆଲୋଚନା ହେଉ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଦାବି ରଖିଥିଲେ। ବିଜେପି ମଧ୍ୟ କଂଗ୍ରେସ ସହିତ ସ୍ୱର ମିଳାଇଥିଲା। ଉଭୟ ଦଳର ସଦସ୍ୟ ଗୃହରେ ହଟ୍ଟଗୋଳ କରିବା କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଗତକାଲି ବିଧାନସଭାରେ ମହାନଦୀ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଥିଲା ଶାସକ ଦଳ । କେନ୍ଦ୍ରର ଟାଳଟୁଳ ନୀତି ପାଇଁ ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁନଥିବା କହିଥିଲା ବିଜେଡି । ଅନ୍ୟପଟେ ବିରୋଧୀଙ୍କ ଏଭଳି ହଟ୍ଟଗୋଳକୁ ନେଇ ବିଜେଡି କହିଛି କଂଗ୍ରେସ-ବିଜେପି ଭାଇ ଭାଇ, ଗୃହକୁ ଚଳାଇ ଦେଲେ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.