ଚାଷୀଙ୍କ ସହ ଅଛନ୍ତି ରାଜ୍ୟ ସରକାର : ପ୍ରଭାତୀ ପରିଡ଼ା

ନିମାପଡ଼ା : ଭଦ୍ରକ ବାଲେଶ୍ବର ପରେ ନିମାପଡ଼ାରେ ଅଦିନିଆ ବର୍ଷାରେ ହୋଇଥିବା ଧାନ ଫସଲ କ୍ଷୟକ୍ଷତି ଦେଖିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।  ଗତକାଲି ଭଦ୍ରକ, ବାଲେଶ୍ବରରେ ଉଜୁଡା ଚାଷ ଜମି ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ ।  ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ପ୍ରଭାତୀ ପରିଡ଼ା ।

ଦୁଇ ଜିଲ୍ଲାରେ ୭୦ ପ୍ରତିଶତ ଫସଲ କଟିଙ୍ଗ ସରିଛି ।  ଫସଲ ଉଜୁଡିଲେ କଷ୍ଟ ଲାଗିବା ସ୍ୱାଭାବିକ।  କ୍ଷତିଗ୍ରସ୍ତ ଚାଷୀଙ୍କୁ ଧର୍ଯ୍ୟ ଧରିବାକୁ କହିଛନ୍ତି ପ୍ରଭାତୀ ପରିଡ଼ା ।  ଅଦିନିଆ ବର୍ଷାରେ ଫସଲ କ୍ଷତି ନେଇ ଆଜି ସନ୍ଧ୍ୟାରେ ମନ୍ତ୍ରିମଣ୍ଡଳସ୍ତରୀୟ କମିଟିରେ ଆଲୋଚନା ହେବ ସୂଚନା ମିଳିଛି ।