ରାଜ୍ୟ ସରକାର ଦେଲେ ଅନୁମତି, ଏଣିକି କନ୍ୟା ଘରକୁ ପ୍ରୋସେସନ୍‌ କରି ଯାଇପାରିବେ ବର

ଭୁବନେଶ୍ୱର (କେନ୍ୟୁଜ୍‌) : ବିବାହ କରିବାକୁ ଯାଉଥିବା ବରକନ୍ୟାଙ୍କ ପାଇଁ ଖୁସି ଖବର। ଏଣିକି ବିବାହ ଉତ୍ସବରେ କରିହେବ ପ୍ରୋସେସନ୍‌। ପ୍ରୋସେସନକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌ ତଥା ଅତିରିକ୍ତ ଶାସନ ସଚିବ ପ୍ରଦୀପ ଜେନା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।

କୋଭିଡ ମହାମାରୀ ହେତୁ ପୂର୍ବରୁ ବାହାଘର ଶୋଭାଯାତ୍ରା ଉପରେ ଲାଗୁ କରାଯାଇଥିବା କଟକଣାକୁ ଓଡ଼ିଶା ସରକାର ଆଜି ପ୍ରତ୍ୟାହାର କରି ନେଇଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଧ୍ୟାନରେ ରଖି ବାହାଘରରେ ବର, କନ୍ୟା, ପୁରୋହିତ, ବନ୍ଧୁ, ସମ୍ପର୍କୀୟ, ଅତିଥି, ବ୍ୟାଣ୍ଡ ପାର୍ଟି, ଆଲୋକ ଏବଂ ସାଉଣ୍ଡ ସିଷ୍ଟମର ସଦସ୍ୟଙ୍କ ସମେତ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ସର୍ବାଧିକ ୨୦୦ ହୋଇପାରିବ ବୋଲି ନିଷ୍ପତ୍ତି ହୋଇଛି।

ବିବାହ ଉତ୍ସବକୁ ଆସିଥିବା ସମସ୍ତ ବ୍ୟକ୍ତି ମାସ୍କ, ସାନିଟାଇଜର, ସାମାଜିକ ଦୂରତା ବଜାୟ ରଖିବା ସହିତ ସମସ୍ତ କୋଭିଡ କଟକଣା ମାନିବାକୁ ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.