ଆଜିଠୁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍‌, ରାତି ୯ଟା ପୂର୍ବରୁ ବନ୍ଦ ହେବ ସବୁ ମଲ୍‌

ଆଜିଠୁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ରାଜଧାନୀର ବିଭିନ୍ନ ମଲରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଗ୍ରାହକମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ କୁହାଯାଇଛି। ରାତି ୯ ଟା ପୂର୍ବରୁ ସବୁ ମଲ ବନ୍ଦ ହେବ। ନିୟମ ଉଲ୍ଲଂଘନ କଲେ ସପ୍ତାହେ ପର୍ଯ୍ୟନ୍ତ ସିଲ୍‌ ହେବ ମଲ, ବଡ଼ ଦୋକାନ ଓ ଅନୁଷ୍ଠାନ। ଗ୍ରାହକ ନିୟମ ଅନୁପାଳନ ନ କଲେ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି।

ଏଥିସହ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି କରାଯିବ। ଏହି ସମୟ ମଧ୍ୟରେ କେବଳ ଜରୁରୀ ସେବାକୁ ଛାଡ଼ି ଦେଲେ ବାକି ସମସ୍ତଙ୍କୁ ଘରେ ରହିବାକୁ କୁହାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।