ମାଜିଷ୍ଟ୍ରେଟଙ୍କ ଚୋରି ଜିନିଷ ଜବତ, ସାମ୍ବାଦିକ ସମ୍ମିଳନୀରେ ଜଣାଇଲେ ପୋଲିସ୍

ଆଠଗଡ : ଆଠଗଡ ଜେଏମଏଫସିଙ୍କ ସରକାରୀ ବାସଭବନରୁ ଚୋରୀ ଘଟଣା । ଜେଏମ ଏଫ ସିରେ ଚୋରିରେ ସଂପୃକ୍ତ ଥିବା ଜଣେ ନାବାଳକକୁ ଅଟକ ରଖିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ଆଠଗଡ ପୋଲିସ । ଚୋରି ହୋଇଥିବା ଡାଇମଣ୍ଡ ମଙ୍ଗଳସୁତ୍ର , ପାଉଁଜି, ଇମିଟେସନ ଅଳଙ୍କାର , ଏଲଇଡି ଟିଭି ସମେତ ଚୋରିରେ ବ୍ୟବହାର ହୋଇଥିବା ୨ସ୍କୁଟି , ଗୋଟିଏ ମଟର ସାଇକେଲ ଜବତ କଲା ପୋଲିସ । ଗତ ୯ତାରିଖ ସଂଧ୍ୟ୍ୟାରେ ମାଜିଷ୍ଟ୍ରେଟ ଙ୍କ ଘରେ କଳାକନା ବୁଲାଇଥିଲେ ୪ ଜଣ ଦୁର୍ବୁର୍ତ୍ତ ।
ଚୋରି ଘଟଣାର ମାଷ୍ଟର ମାଇଣ୍ଡ ନାବାଳକ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଶଙ୍କର ନଣ୍ଡାକୁ ଗିରଫ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ଟାଙ୍ଗି ଥାନାରେ ଏକ ଚୋରି କେସରେ ଅଭିଯୁକ୍ତ ଆକାଶ ନାୟକ ଗିରଫ ହୋଇଛି । ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କଟକ ଜିଲ୍ଲା ଅତିରିକ୍ତ ଏସ ପି ।