ପାରଦୀପ ଠାରୁ ୨୦୦ କିଲୋମିଟର ଦୂରରେ ବାତ୍ୟା : ଆଇଏମଡି ଡିଜି

ଭୁବନେଶ୍ୱର : ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି ଭୀଷଣ ବାତ୍ୟା ଦାନା । ଘଣ୍ଟାକୁ ୧୨ କିଲୋମିଟ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଛି ଦାନା । ସ୍ଥଳ ଭାଗର ନିକଟତର ହେବାରେ ଲାଗିଛି । ଏବେ ପାରଦୀପ ଠାରୁ ୨୦୦ କିଲୋମିଟର ଦୂରରେ ରହିଛି। ଧାମରା ଠାରୁ ୨୪୦ କିଲୋମିଟର ଏବଂ ସାଗର ଆଇଲ୍ୟାଣ୍ଡ ଠାରୁ ୩୧୦ କିଲୋମିଟର ଦୂରରେ ରହିଛି ବାତ୍ୟା। କେନ୍ଦ୍ରସ୍ଥଳୀରେ ପବନ ବେଗ ୯୫ରୁ ୧୦୫ କିମି ରହିଛି ।
ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ଲ୍ୟାଣ୍ଡଫଲ କରିବ ବାତ୍ୟା । ଖୋର୍ଦ୍ଧା ପୁରୀରେ ୬୦ରୁ ୮୦ କିମି ବେଗରେ ପବନ ବହିବ । ମୟୂରଭଞ୍ଜରେ ୮୦ କିମି ବେଗରେ ପବନ ବହିବ । ୨୪ ଘଣ୍ଟା ଭିତରେ ଉପକୂଳରେ ସାମାନ୍ୟରୁ ମଧ୍ୟମ ବର୍ଷା । ଆଜି ଓ କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ୧ରୁ୨ ମିଟର ଯାଏଁ ସାମୁଦ୍ରିକ ଜୁଆର ଉଠିବା ସମ୍ଭାବନା । କେନ୍ଦ୍ରାପଡା ଓ ଭଦ୍ରକରେ ସାମୁଦ୍ରିକ ଜୁଆର ଆସିବ ।