ଗାଧୋଇବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ଭାସି ଗଲେ ଛାତ୍ର, ଏଯାଏଁ ମିଳୁନି ପତ୍ତା

ଜଳେଶ୍ୱର: ଗାଧୋଇବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ଭାସି ଗଲେ ଜଣେ ଦଶମ ଶ୍ରେଣୀର ଛାତ୍ର । ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ଗଡ଼ସାହିବାଲିଆପାଳ ପଂଚାୟତର ସୁବର୍ଣ୍ଣରେଖା ନଦୀ ଘାଟକୁ ୩ ଜଣ ସାଙ୍ଗ ହୋଇ ଗାଧେଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସୁବର୍ଣ୍ଣରେଖା ନଦୀରେ ଭାସି ଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ।

ସୂଚନା ଅନୁସାରେ ଗଡସାହି ବାଲିଆପାଳ ସୁବର୍ଣ୍ଣରେଖା ନଦୀ ଘାଟକୁ ସେହି ଗ୍ରାମର ମନୋରଞ୍ଜନ ଦାସଙ୍କ ପୁଅ ତଥା ଦଶମ ଶ୍ରେଣୀର ଛାତ୍ର ସାହିଲ(୧୫) ଗତକାଲି ଦିନ ପ୍ରାୟ ଦେଢ଼ଟା ସମୟରେ କମ୍ବୁନାଥ ଜେନାଙ୍କ ପୁଅ ଚନ୍ଦନ,ସୁଶାନ୍ତ ମାଝୀଙ୍କ ପୁଅ ଦେବାଶିଷ ଏହି ଦୁଇ ଜଣ ସାଙ୍ଗଙ୍କ ସହ ମିଶି ଗାଧେଇବାକୁ ଯାଇଥିଲେ ।  ତେବେ ଗାଧୋଉ ଥିବା ବେଳେ ସାହିଲ ର ଗୋଡ଼ ଖସିଯିବା ସହ ନଦୀ ସ୍ରୋତରେ ଭାସି ଯାଇଥିଲେ । ଅନ୍ୟ ଦୁଇ ସାଙ୍ଗ ତାଙ୍କୁ ଖୋଜାଖୋଜି କରିବା ପରେ ନିରାଶ ହୋଇ ଘରକୁ ଫେରି ଆସିଥିଲେ। ସାହିଲ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଏଣେତେଣେ ଖୋଜାଖୋଜି ।

ଏପରିକି ସ୍ଥାନୀୟ ସରପଞ୍ଚ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ ବି ପହଁଞ୍ଚିବାରେ ବିଳମ୍ବ ହେବାରୁ ଗ୍ରାମବାସୀ ନଦୀରେ ଜାଲ ପକେଇ ବହୁ ଖୋଜା ଖୋଜି କରିଥିଲେ । ହେଲେ ସାହିଲକୁ ପାଇନଥିଲେ । ଆଜି ସକାଳେ ଅଗ୍ନିଶମ ବିଭାଗ ସୁବର୍ଣ୍ଣରେଖା ନଦୀରେ ସ୍ପିଡ଼ବଡ଼ ସାହାଯ୍ଯ ରେ ଖୋଜା ଖୋଜି କରୁଛନ୍ତି ।

You might also like