ଗୋଷ୍ଠୀ ସଂଘର୍ଷ ପରେ ଟେକାପଥର ମାଡ଼, ସବ୍‌ ଇନ୍ସପେକ୍ଟର ଆହତ

ଗୋଷ୍ଠୀ ସଂଘର୍ଷ ପରେ ପୋଲିସ ଉପରେ ପଥରମାଡ଼ । ବାଙ୍କୀ ଥାନା ସବ୍‌ ଇନ୍ସପେକ୍ଟର ଆହତ । ବାଙ୍କୀ କଁଇମୁଣ୍ଡି ନିକଟ ଗୟଳବାଙ୍କ-ଭଗିପୁର ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି ।

ବାଙ୍କୀ (କେନ୍ୟୁଜ); ଗୋଷ୍ଠୀ ସଂଘର୍ଷ ପରେ ପୋଲିସ ଉପରେ ପଥରମାଡ଼ । ବାଙ୍କୀ ଥାନା ସବ୍‌ ଇନ୍ସପେକ୍ଟର ଆହତ । ବାଙ୍କୀ କଁଇମୁଣ୍ଡି ନିକଟ ଗୟଳବାଙ୍କ-ଭଗିପୁର ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏତିକିବେଳେ ଉଭୟ ପକ୍ଷରୁ ଟେକାପଥର ମାଡ଼ ହୋଇଥିଲା । ସେମାନଙ୍କୁ ବୁଝାସୁଝା କରିବା ବେଳେ ପଥର ମାଡ଼ରେ ବାଙ୍କୀ ଥାନା ସବ୍‌ଇନିସପେକ୍ଟର ସୁଶାନ୍ତ କୁମାର ଷଡ଼ଙ୍ଗୀ ଆହତ ହୋଇଛନ୍ତି । ଗତକାଲି ଗୟଳବାଙ୍କରେ ଅପେରା ଚାଲିଥିବା ବେଳେ ଗଣ୍ଡଗୋଳରୁ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.