ଠିକାଦାରଙ୍କୁ ନିସ୍ତୁକ ମାଡ଼ ମାରି ଘାଟିରେ ଫିଙ୍ଗିଲେ, ଲୁଟିନେଲେ ନଗଦ ଟଙ୍କା ସହ ଲାଇସେନ୍ସ

ଠିକାଦାରଙ୍କୁ ନିସ୍ତୁକ ମାଡ଼ । ବିଚ ରାସ୍ତାରେ ଦାଦାଗିରି । ନିସ୍ତୁକ ମାଡ଼ ମାରି ଲୁଟିଲେ ଆଉ ଶେଷରେ ଘାଟିରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଏ ବ୍ୟକ୍ତିଙ୍କୁ ଟିକେ ଭଲ କରି ଦେଖନ୍ତୁ କେମିତି ମାଡ଼ ମାରି ମୁହଁ ହାତ ଫଟେଇଦେଇଛନ୍ତି ଦୁର୍ବୃତ୍ତ । ଆପଣ ଦେଖୁଥିବା ଏ ବ୍ୟକ୍ତିଙ୍କ ନା ହେଉଛି ମଧୁସୁଦନ ନାୟକ । ପେସାରେ ଜଣେ ଠିକାଦାର । କୁମ୍ଭୀର ଗାଡ଼ି ଗାଁର ବାସିନ୍ଦା । ପ୍ରତିଦିନ ଭଳି ମଧୁସୁଦନ କାମ ସାରି ଏକ ବାଇକ ଯୋଗେ ରାଇକିଆରୁ ନିଜ ଗାଁକୁ ଫେରିବା ବେଳେ ବରେପାଙ୍ଗା ଛକ ନିକଟରେ ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ତାଙ୍କୁ ଦୁମଦୁ ଘାଟିକୁ ନେଇଆସିଥିଲେ ।
ଆଉ ସେଠାରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଶେଷରେ ମରିଯାଇଛି ଭାବି ତାଙ୍କୁ ଘାଟିରେ ପିଙ୍ଗିଦେଇ ଚାଲିଯାଇଥିଲେ । ଏଭଳି ଏକ ଅଭାବନୀୟ ଘଟଣା ରାଇକିଆ ଥାନା ଦୁମଦୁ ଘାଟିରେ ଦେଖିବାକୁ ମିଳିଛି । ତେବେ ଏଭଳି ଆକ୍ରମଣର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଟଙ୍କା ଲୋଭରେ ଏ ବ୍ୟକ୍ତିଙ୍କୁ ହୋଇଥିଲା ଏଭଳି ମରଣାନ୍ତକ ଆକ୍ରମଣ । ମାଡ଼ ତାଙ୍କ ଠାରୁ ଚାରି ହଜାର ଟଙ୍କା, ଲାଇସେନ୍ସ, ଏଟିଏମ୍ ଛଡ଼ାଇ ନେବା ସହ ନିସ୍ତୁକ ମାଡ଼ ମାରିଥିଲେ ।
ନିସ୍ତୁକ ମାଡ଼ ମାରି ଠିକାଦାରଙ୍କ ଠାରୁ ସବୁକିଛି ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । କିନ୍ତୁ କିଛି ସମୟ ପରେ ମଧୁସୂଦନ ବଡ କଷ୍ଟରେ ଘୋଷାଡି ହୋଇ ନିଜ ଭଉଣୀ ଘରକୁ ଯାଇ ପହଞ୍ଚିଥିଲେ । ଭାଇକୁ ଏଭଳି ଅବସ୍ଥାରେ ଦେଖି ବି ଭଉଣୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯାହା ପରେ ତାଙ୍କୁ ତୁରନ୍ତ ରାଇକିଆ ମେଡିକାଲକୁ ନେଇଯାଇଥିଲେ । ପରେ ଥାନାରେ ଏଲ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ମଧୁସୂଦନଙ୍କ ପରିବାର ଲୋକେ ।
ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ତେବେ ଏଭଳି ଘଟଣା ପରେ ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକେ । ବାରମ୍ବାର ଏମିତି ଘଟଣା ଘଟୁଥିଲେ ବି ପୋଲିସ ହାତ ଖାଲି । ତେବେ ତୁରନ୍ତ ଏହି ଦୁର୍ବୃତ୍ତଙ୍କୁ ଧରି କଠୋରରୁ କଠୋର ଦଣ୍ଡ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।
ଆହୁରି ପଢ଼ନ୍ତୁ: ୧୨୦୦ କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ, କମ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇ ୪୦୦ ଜଣଙ୍କୁ ଠକିଥିଲା