ବାଲେଶ୍ଵର (କେନ୍ୟୁଜ): ଧରାପଡ଼ିଲେ ରସିକିଆ ଶିକ୍ଷକ । ଘରୋଇ କୋଚିଂ ସେଣ୍ଟରରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ । ଘରେ ନକହିବାକୁ ଗୀତା ଛୁଇଁ ଶପଥପାଠ କରାଉଥିଲେ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ବଡନଗର ଗାଁର ଘଟଣା । ଗାଁର କଲ୍ୟାଣ କୁମାର ପଣ୍ତା କସିଦା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଘରେ ଏକ କୋଚିଂ ସେଣ୍ଟର ଖୋଲି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ପାଠ ପଢାନ୍ତି ।
ଦୀର୍ଘଦିନ ହେଲା କୋଚିଂ ସେଣ୍ଟରରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ଘରେ ନଜଣାଇବାକୁ ଗୀତା ଛୁଇଁ ଶପଥ ପାଠ କରାଉଥିଲେ ଶିକ୍ଷକ । ପୂର୍ବରୁ ରସିକିଆ ଶିକ୍ଷକ ଜଣକ ଧରାପଡିଥିଲେ । ଛାତ୍ରୀ ଓ ଅଭିଭାବକଙ୍କୁ ଅନୁରୋଧ କରି କାହାକୁ ନକହିବାକୁ କହିଥିଲେ। ପୁଣିଥରେ ଅଭିଯୋଗ ଆସିବା ପରେ ଶିକ୍ଷକଙ୍କୁ ଘେରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ଅଭିଭାବକ ଓ ଗ୍ରାମବସୀଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ଦିଆଯାଇନାହିଁ । ସେପଟ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିକ୍ଷକ।
ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…
ପୁରୀ (କେନ୍ୟୁଜ): ଲଗାତାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ…
ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ମୋଦିଙ୍କ ଶପଥ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର…
ସୁପରସଣ୍ଡେରେ ସୁପର ମୁକାବିଲା । ଟି୨୦ ବିଶ୍ବକପରେ ଆଜି ହାଇଭୋଲଟେଜ ଟକ୍ଟର । ଆଉ କିଛି ଘଣ୍ଟା ପରେ ପାରମ୍ପରିକ…
ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ସ୍ବାଭାବିକ ସମୟ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି…
ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…