ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ରତ୍ନଭଣ୍ଡାର ପ୍ରସଙ୍ଗ ଉପରେ ହେବ ଆଲୋଚନା

ପୁରୀ : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜ ଦିବ୍ୟସିଂଦ ଦେବଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରେ ପୁରୀ ନିଳାଦ୍ରୀ ଭକ୍ତ ନିବାସରେ ବୈଠକ ବସିବ । ରତ୍ନଭଣ୍ଡାର ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିବା ନୂତନ ତଦାରଖ କମିଟି ଶ୍ରୀମନ୍ଦିର ପରିଚାଳନା କମିଟିକୁ ପଠାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ଜଣାଇବା ପରେ ରାଜ୍ୟ ସରକାର ଉଚିତ ନିଷ୍ପତ୍ତି ନେବେ। ଭିତର ରତ୍ନଭଣ୍ଡାର ମରାମତି ସହ ପ୍ରତ୍ୟକ ଅଳଙ୍କାରର ଡିଜିଟାଇଜେସନ ହେବ। ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ୨୦୧୮ ତୁଳନାରେ ଅଧିକ ବ୍ୟବସ୍ଥା ଓ ପଦକ୍ଷେପ ନିଆଯାଇଛି।

ସୂଚନା ଅନୁସାରେ ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିଲା ତଦାରଖ କମିଟି ବୈଠକ। ଏଥିରେ ୧୪ରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ଅନୁମତି ମିଳିବା ପରେ ଖୋଲାଯିବ ରତ୍ନଭଣ୍ଡାର । ଚାବିରେ ଖୋଲୁ ବା ନଖୋଲୁ ଖୋଲାଯିବ ରତ୍ନ ଭଣ୍ଡାର । ୧୪ରେ ଚାବି ଆଣିବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଏ ନେଇ ଏସଓପି ପ୍ରସ୍ତୁତ କରାଯାଉଥିବା କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ । ରତ୍ନଭଣ୍ଡାର ଗଣତି ପାଇଁ ବିକଳ୍ପ ସ୍ଥାନ ନିର୍ଦ୍ଧାରିତ ହୋଇଛି । ଏଥିନିମନ୍ତେ ପ୍ରଥମେ ଠାକୁରଙ୍କ ଗହଣା ଚିହ୍ନି ପାରିବା ସହ ତାହାର ଗୁଣବତ୍ତା ପରଖି ପାରୁଥିବା ବଣିଆଙ୍କୁ ଚୟନ କରାଯିବ ବୋଲି କହିଛନ୍ତି ଜଷ୍ଟିସ୍‌ ରଥ ।

 

You might also like