ବାହାଘରରେ ଚୋରି କରି ଧରିପଡିଲା ଚୋର, ଲୋକ ଦେଲେ ଉତ୍ତମ ମଧ୍ୟମ

ଝିଅ ବାହାଘର ଚାଲିଥିବା ସମୟରେ ବରଯାତ୍ରୀଙ୍କ ସହ ଭଦ୍ରଲୋକ ବେଶରେ ଆସିଥିଲା ଚୋର । ଭଲ ସାର୍ଟ ପ୍ୟାଣ୍ଟ ପିନ୍ଧିଥିଲା । ଠିକ୍‌ ଭଦ୍ରଲୋକ ଭଳି । ବାହାଘର ଭୋଜି ବି ଖାଇଲା ଆଉ ସୁଯୋଗ ଦେଖି ମୋବାଇଲ୍‌ ସହ ଆଉ କିଛି ମୂଲ୍ୟବାନ ଜିନିଷ ଚୋରି କରି ଫେରାର ମାରିଲା । ଲୋକେ ଜାଣିବା ପରେ ଖୋଜି ଖୋଜି ନଈକୂଳରୁ ତାକୁ ପାଇଲେ । ତାପରେ ଯାହା ହେବା କଥା ହେଲା । ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କେଶଦୁରାପାଳ ଗାଁରେ ବଳରାମ ଆଚାର୍ଯ୍ୟଙ୍କ ଝିଅ ବାହାଘରରେ ଏଭଳି ଏକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ବିଳମ୍ବିତ ରାତିରେ ସୁଯୋଗ ଦେଖି କନିଆର ଗହଣା ସହିତ ଏକ ମୋବାଇଲ୍ ଚୋରି କରି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡିଛି ଚୋର । ଲୋକେ ଉତ୍ତମ ମଧ୍ୟମ ଦେବାପରେ ଲୁଟ୍ ଅଳଙ୍କାର ଓ ମୋବାଇଲ୍ ଜବତ କରି ପୋଲିସକୁ ଖବର ଦେଇଥିଲେ । ଅଭିଯୁକ୍ତ ଚୋର ସୋସୋ ଥାନା ଢେଙ୍କା ଗାଁର ସୁକ୍ତାନ୍ତ ବିନ୍ଧାଣୀ ଏବେ ପୋଲିସ୍ ହାଜତରେ ରହିଛି ।

ଦିନକୁ ଦିନ ଏଭଳି ଚୋରଙ୍କ ଉତ୍ପାତ ବଢ଼ି ଚାଲିଛି । ଦିନ ରାତି କିଛି ମାନୁ ନାହାନ୍ତି । ପୋଲିସକୁ ବି ଏମାନଙ୍କର ଭୟ ନାହିଁ । ଚୋରି କରିବା ପାଇଁ ଖାଲି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ସୁଯୋଗ ମିଳିଲେ ଏମିତି ଚୋରି କରି ଫେରାର ମାରୁଛନ୍ତି । ସୌଭାଗ୍ୟବଶତଃ ଏ ଚୋରଟି ଧରା ପଡ଼ିଲା । କିନ୍ତୁ ଏମିତି ଅନେକ ଚୋର ଅଛନ୍ତି ଯେଉଁମାନେ ଚୋରି କରିବା ପରେ ବି ପୋଲିସ ସେମାନଙ୍କ ଟେର୍ ପାଏନି ।

ହେଲେ ଏ ଚୋର କଥା ଶୁଣିଲେ ଆପଣ ହସି ହସି ଗଡ଼ିଯିବେ । ତେବେ ବିଭିନ୍ନ ବାହାଘରରେ ଏଭଳି ଘଟଣା ବାରମ୍ବାର ଘଟୁଛି । ବାହାଘର କରୁଥିବା ଲୋକଙ୍କର ଟିକିଏ ଧ୍ୟାନ ହଟିଲେ ଚୋର ଟାକି ବସିଥିବା ଚୋର ଲୁଟିନିଏ । ତେଣୁ ଏସବୁ ପ୍ରତି ଧ୍ୟାନ ରଖିବାକୁ ଘରର ଜଣେ ଦୁଇ ଜଣ ବୟସ୍କ ଲୋକ ସବୁ ବେଳେ ସଜାଗ ରହିବା ଦରକାର । ସୁନାଗହଣ, ଟଙ୍କା ଆଦି ପ୍ରତି ବିଶେଷ ଯତ୍ନ ନିଅନ୍ତୁ ।

You might also like