ଜାନୁଆରୀ ୨୬ରୁ ତୃତୀୟ ବାରବାଟି ଶିଶିର ମେଳା, ୧୧ ଦିନ ଧରି ଚାଲିବ

କଟକ : ଆସନ୍ତା ୨୬ ଜାନୁଆରୀରୁ ଉପର ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବ ତୃତୀୟ ବାରବାଟି ଶିଶିର ମେଳା । ୧୧ ଦିନ ଧରି ଚାଲିବ ମେଳା । ଏଥିରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ହସ୍ତତନ୍ତ୍ର, ହସ୍ତଶିଳ୍ପ କାରିଗର ଏବଂ ଏସଏସ୍ ଟି ଗ୍ରୁପ୍ ଗୁଡିକ ଯୋଗଦେବେ । କାରିଗରମାନଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ କରାଯିବ । କେବଳ ସେତିକି ନୁହେଁ ଶିଶିର ମେଳାରେ ଭାରତ ସରକାରଙ୍କ MSME ପକ୍ଷରୁ ଅନେକ ଷ୍ଟଲ୍ ସହିତ ଓରମାସ, ଡେଭଲପମେଣ୍ଟ କମିଶନର ହ୍ୟାଣ୍ଡିକ୍ରାଫ୍ଟସଙ୍କ ପକ୍ଷରୁ ଷ୍ଟଲ ଲଗାଯିବାର ଯୋଜନା ରହିଛି ।
ଅନ୍ୟପଟେ ବିଗତ ଦୁଇ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟର ଯୁବ ପ୍ରତିଭାମାନଙ୍କର ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳା ମଞ୍ଚରେ ଦେଖିବାକୁ ମିଳିବ । ବାରବାଟୀ ଶିଶିର ମେଳାର ମୁଖ୍ୟ ପ୍ରାୟୋଜକ ଭାରତ ମସଲା ରହିଥିବା ବେଳେ ମେଳା ପରିସରରେ ଭାରତ ମସଲାର ଷ୍ଟଲ୍ ମଧ୍ୟ ଗ୍ରାହକଙ୍କ ନିମନ୍ତେ ଆକର୍ଷଣୀୟ ମୂଲ୍ୟରେ ବିଭିନ୍ନ ସାମଗ୍ରୀ ଉପଲବ୍ଧ ହେବ ।
ଆହୁରି ପଢନ୍ତୁ : ତିଆରି ହୋଇଛି ବିଶାଳ ଲଡୁ, ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ ହଜାର ହଜାର ସହରବାସୀ