ଜୀବନ ବଞ୍ଚାଇଲେ ଟ୍ରାଫିକ କନେଷ୍ଟବଳ: ଦୁର୍ଘଟଣାରେ ରକ୍ତାକ୍ତ ହୋଇଥିବା ଯୁବକଙ୍କୁ ନେଲେ ହସ୍ପିଟାଲ

ଡ୍ୟୁଟି ସମୟରେ ମହାନତା ଦେଖାଇଲେ ଟ୍ରାଫିକ କନେଷ୍ଟବଳ ଦୁର୍ଘଟଣାରେ ରକ୍ତାକ୍ତ ହୋଇଥିବା ଯୁବକଙ୍କର ଆଶୁ ଚିକିତ୍ସା କରିବା ସହ ତାଙ୍କୁ ମେଡ଼ିକାଲ ନେଲେ।

ଭୁବନେଶ୍ୱର (କେନ୍ୟୁଜ): ଟ୍ରାଫିକ କନେଷ୍ଟବଳଙ୍କ ମହାନତା । ଦୁର୍ଘଟଣା ପରେ ଆଶୁ ଚିକିତ୍ସା କଲେ ଟ୍ରାଫିକ କନେଷ୍ଟବଳ ସରୋଜ କୁମାର ପୃଷ୍ଟି। ମ୍ୟୁଜିୟମ ଛକରେ ଅଚାନାକ ବାଇକ୍ ରୁ ପଡ଼ି ରକ୍ତାକ୍ତ ହୋଇପଡିଲେ ଯୁବକ । ସଙ୍ଗେ ସଙ୍ଗେ ସେଠାରେ ଡ୍ୟୁଟି କରୁଥିବା ପୋଲିସ୍ ବାବୁ ତାଙ୍କୁ ଉଠାଇ ଆଶୁ ଚିକିତ୍ସା କରିବା ସହ ତାଙ୍କୁ ମେଡ଼ିକାଲ ନେବାର ବ୍ୟବସ୍ତା କରିଥିଲେ ।

ଆଗରୁ ଟ୍ରାଫିକ ପୋଲିସ ଅନେକ ଲୋକଙ୍କୁ ସାହାଯ୍ୟ କରିବାର ନଜର ଆସିଛି । ଟ୍ରାଫିକ ପୋଲିସ୍ କେବଳ ଟ୍ରାଫିକ ନିୟମ ଉଲଘଂନକାରୀଙ୍କୁ ଜରିମାନା ନୁହେଁ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ପ୍ରମାଣିତ କରିଛି ଯେ ଲୋକଙ୍କ ସେବାରେ କମିଶନରେଟ ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.