ରେଢାଖୋଲ: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଟ୍ରେଲର ଗାଡି । ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲପର । ରେଢାଖୋଲ ବୌଦ୍ଧ ରାସ୍ତାର କଦଳୀଗଡ ଟୋଲ ପ୍ଲାଜା ନିକଟରେ ବିଳମ୍ବିତ ରାତିରେ ଘଟିଛି ଘଟଣା । ରେଢାଖୋଲ ଅଗ୍ନିଶମ ବିଭାଗ ଘଟଣାର ଖବର ପାଇ ନିଆଁକୁ ଆୟତ୍ତ କରିଛି । ଟ୍ରେଲର ଗାଡିଟି ଅନୁଗୋଳରୁ ବଲାଙ୍ଗିର ଯାଉଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଗାଡି ଡ୍ରାଇଭର ଓ ହେଲପର ତୁରନ୍ତ ବାହାରି ପଡିଥିଲେ। ସର୍ଟ ସର୍କିଟ ଯୋଗୁଁ ଗାଡିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ଗତମାସ ହୁ ହୁ ହୋଇ ଜଳିଯାଇଥିଲା କାର୍ । ଅଳ୍ପକେ ବର୍ତ୍ତିଲେ ଦମ୍ପତି । ବଲାଙ୍ଗିର ଜିଲ୍ଲା ସିନ୍ଦେକେଲା ଥାନା ଶୁଣ୍ଢିମୁଣ୍ଡା ନିକଟରେ ଏକ କାରରେ ନିଆଁ ଲାଗିଥିଲା । କାରଟି ଭବାନୀପାଟଣା ଅଭିମୁଖେ ଯାଉଥିଲା । ଶୁଣ୍ଢିମୁଣ୍ଡା ନିକଟରେ ହଠାତ୍ ଗାଡିରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମବାହିନୀ ପ ନିଆଁକୁ ଆୟତ୍ତ କରିଥିଲେ । ରାସ୍ତା ମଝିରେ ଗାଡି ଜଳୁଥିବାରୁ କିଛି ସମୟ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।
Also read: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଅପହରଣ, ପୋଲିସର ତଦନ୍ତ ଆରମ୍ଭ