ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ, କାହାର କିଛି କ୍ଷତି ହୋଇନଥିବା ସୂଚନା
ଟ୍ରକଟି ଅନ୍ୟ ଏକ ଟ୍ରକ ସହ ଧକ୍କା ଦେବା ଫଳରେ ସମ୍ଭବତଃ ଟ୍ରକଟିରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି।
![TRUCK](https://knewsodisha.com/wp-content/uploads/2023/02/TRUCK-3.jpg)
ଯାଜପୁର (କେନ୍ୟୁଜ): ହୁତୁହୁତୁ ହୋଇ ଜଳିଗଲା ଟ୍ରକ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ ଆଜି ଭୋର ସମୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଟ୍ରକଟି ଅନ୍ୟ ଏକ ଟ୍ରକ ସହ ଧକ୍କା ଦେବା ଫଳରେ ସମ୍ଭବତଃ ଟ୍ରକଟିରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଥିବା ବେଳେ ଚଣ୍ଡିଖୋଲ ଅଗ୍ନିଶମ ବହିନୀକୁ ଖବର ଦିଆଯାଇଥିବା ସୂଚନା ମିଳିଛି।