ଟ୍ରକକୁ ପଛପଟୁ ପିଟିଲା ଟ୍ରକ, ଚାପି ହୋଇ ଡ୍ରାଇଭର ମୃତ
ନୂଆପଡା ଜିଲ୍ଲା ବିଜୁ ଏକ୍ସପ୍ରେସ ରାସ୍ତାର ଖଇରା ନିକଟରେ ଟ୍ରକକୁ ପଛପଟୁ ପିଟିଲା ଟ୍ରକ । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ମୃତ । ମୃତକ ଡ୍ରାଇଭର ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡବିଶି ଗାଁର ତିରୁପତି ସିଂ।

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା ବିଜୁ ଏକ୍ସପ୍ରେସ ରାସ୍ତାର ଖଇରା ନିକଟରେ ଟ୍ରକକୁ ପଛପଟୁ ପିଟିଲା ଟ୍ରକ । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ମୃତ । ମୃତକ ଡ୍ରାଇଭର ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡବିଶି ଗାଁର ତିରୁପତି ସିଂ।
ସୂଚନା ଅନୁସାରେ ଆଜି ଭୋର ୪ଟା ସମୟରେ କିଛି ଟ୍ରକ୍ ଆଗ ପଛ ହୋଇ ଦ୍ରୁତ ଗତିରେ ଆସୁଥିଲା । ତନ୍ମମଧ୍ୟରୁ ଗୋଟିଏ ଟ୍ରକ ନିଜର ଭାରସାମ୍ୟ ହରାଇ ଆଉ ଗୋଟିଏ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା l ଯାହା ଫଳରେ ଟ୍ରକ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଖବରପାଇ ବୋଡ଼େନ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇଵା ସହ ଘଟଣାର ତଦନ୍ତ ଜାରି ରଖିଛି ।