ପୋଖରୀରେ ବୁଡ଼ି ଏକା ସାଙ୍ଗରେ ଆଖିବୁଜିଲେ ଯାଆଁଳା ଭାଇ

ଧର୍ମଗଡ (କେନ୍ୟୁଜ): ଏକାସଙ୍ଗରେ ଦୁନିଆ ଦେଖିଥିଲେ । ଆଉ ଏକାସଙ୍ଗରେ ଆଖିବୁଜିଲେ । ପୋଖରୀରେ ବୁଡ଼ି ଯାଆଁଳା ଭାଇଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା । କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ଗାଁର ରୋହିତ ସାହୁଙ୍କ ୫ ବର୍ଷ ବୟସ୍କ ଦୁଇ ଯାଆଁଳା ପୁଅ ପୀୟୂଷ ଓ ୟସ୍‌ ପୋଖରୀରେ ବୁଡ଼ି ଯାଇଥିଲେ । ସେମାନଙ୍କୁ ପରିବାର ଲୋକ ଉଦ୍ଧାର କରି ସ୍ଥାନୀୟ ବୋର୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଆମ୍ବୁଲାନ୍‌ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଦୁହିଙ୍କୁ ମୃତ ଘୋଷଣା କରିଥିଲେ ।

 

Leave A Reply

Your email address will not be published.