ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ, କ୍ରେନ୍ ସାହାଯ୍ୟରେ ଉଠାଇ ନେଲା ବେଳେ ଖସିପଡିଲା

କେନ୍ଦ୍ରାପଡ଼ା କଜଳାଠାରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲର ସ୍ଲାବ୍‌ । ଗୋବରୀ ନଦୀ ଉପରେ ପୋଲ ନିର୍ମାଣ ହେଉଥିବାବେଳେ ଭୁଶୁଡି ପଡିଛି । ତେବେ ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

କେନ୍ଦ୍ରାପଡ଼ା (କେନ୍ୟୁଜ): ଭୁଶୁଡ଼ିଲା ପୋଲ । କେନ୍ଦ୍ରାପଡ଼ା କଜଳାଠାରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲର ସ୍ଲାବ୍‌ । ଗୋବରୀ ନଦୀ ଉପରେ ପୋଲ ନିର୍ମାଣ ହେଉଥିବାବେଳେ ଭୁଶୁଡି ପଡିଛି । ତେବେ ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ସୂଚନା ଥାଉକି, ଗୋବରୀ ନଦୀ ପାର୍ଶ୍ୱ ବାଇପାସ୍ ରାସ୍ତାରେ ନବ ନିର୍ମିତ ପୋଲଟି ଭାଙ୍ଗି ପଡିଛି । କ୍ରେନ ସାହାଯ୍ୟରେ ସ୍ଲାବ ଉଠିବା ବେଳେ ଭାଙ୍ଗିଯାଇଥିଲା ପୋଲ ।

ପ୍ରାୟ ବ୍ରିଜ୍‌ର ୩୬ ମିଟରର ଏକ ସ୍ଲାବ ଭୁଶୁଡିଛି । ତିନିମୁହାଁଣିଠାରୁ ବସ୍‌ଷ୍ଟାଣ୍ଡ ବାଇପାସ ପର୍ଯ୍ୟନ୍ତ ପୋଲ ନିର୍ମାଣ ଚାଲିଥିଲା । ତେବେ ଏଥିରେ କାହାରି କିଛି କ୍ଷତି ହୋଇନି । ଶ୍ରମିକ ମାନେ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.