ଗୋବର କଣ୍ଢେଇ, ଚାନ୍ଦୁଆ ଏବଂ ବିଭିନ୍ନ କଳାକୃତିକୁ ଦେଖି ବିମୋହିତ ହେଲେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ
ପିପିଲି: କଳା ଓ କାରୀଗରୀର ଗାଁ ହେଉଛି ଐତିହ୍ୟ ସମ୍ପନ୍ନ ରଘୁରାଜପୁର ଗ୍ରାମ । ଗ୍ରାମର ପ୍ରତ୍ୟେକଟି ସ୍ଥାନରେ ଭରି ରହିଛି କଳା ଆଉ କରୀଗରୀ । ଏହି ଗାଁ ରେ ଯେତେବେଳେ ବି ଅତିଥିଙ୍କ ପାଦ ପଡ଼ିଛି ଅତିିଥିଙ୍କୁ ଆତିଥ୍ୟତା ଦେବାରେ ତିଳେ ହେଲେ ହେଳା କରିନାହିଁ । କାରଣ ଏହି କଳାର ଗାଁ ଜାଣିଛି ଅତିଥି ହେଉଛନ୍ତି ଭଗବାନଙ୍କ ସଦୃଶ୍ୟ । ତେଣୁ ଅତିଥିଙ୍କ ପାଇଁ ରଘୁରାଜପୁର ପ୍ରତ୍ୟେକ ସମୟରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥାଏ ।
ତେବେ ଗତକାଲିଠାରୁ ପ୍ରବାସୀ ଭାରତୀୟ ଓଡ଼ିଶା ଗ୍ରସ୍ତରେ ଆସିଥିବାବେଳେ ସେମାନଙ୍କୁ ସ୍ୱାଗତ କରିବା ପାଇଁ ସମଗ୍ର ଗାଁ ପୁରା ଚଳଂଚଂଚଳ ହୋଇ ଉଠିଥିଲା । ଘୋଡ଼ା ନାଚ ସାଙ୍ଗକୁ ବିରବାଦ୍ୟ ନାଗା ନାଚରେ ପ୍ରକମ୍ପିତ ହୋଇଥିଲା ରଘୁରାଜପୁର ଗାଁ । ଅପେକ୍ଷା ଥିଲା ଗାଁର ଅତିଥି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର । ମନ୍ତ୍ରୀ ପହଁଚିବା ପରେ ଗ୍ରାମବାସୀମାନେ ସ୍ୱାଗତ ଜଣାଇଥିଲେ । ଗାଁର ପ୍ରତ୍ୟେକ କାରଗର ନିଜ କଳାକୁ ମନ୍ତ୍ରୀଙ୍କ ଆଗରେ ପ୍ରଦର୍ଶିତ କରିଥିଲେ । କଳାକୁ ଦେଖି ବିଭୋର ହୋଇଯାଇଥିଲେ ମନ୍ତ୍ରୀ । କରୀଗରଙ୍କ ହାତର କଳାକୁ ଦେଖି ବେଶ ଖୁସି ବ୍ୟକ୍ତ କରିଥିଲେ । ଯାହା କାରୀଗରଙ୍କ ମନୋବଳ ବଢାଇଥିବାର କହିଛନ୍ତି କାରୀଗରମାନେ ।
ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ ପାଇଁ ସମସ୍ତେ ଉତ୍ସାହିତ ହୋଇଥିଲେ । ପ୍ରଥମେ ରଘୁରାଜପୁର ଗ୍ରାମର ଗର୍ବ ଏବଂ ଗୌରବ ପାଲଟିଥିବା ତିନି ଗୁରୁଙ୍କୁ ନିଜର ଭକ୍ତି ଅର୍ଘ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିିଲେ । ସାଥିରେ ନିଜର ଧର୍ମ ପତ୍ନୀ ମଧ୍ୟ ପୂଜ୍ୟ ପୂଜାକୁ ସମ୍ମାନ ଜଣାଇ ଆର୍ଶିବାଦ କାମନା କରିଥିଲେ । ଏହାପରେ ଯେଉଁଠି ମନ ମାନୁଥିଲା ସେହି କାରୀଗରଙ୍କ ନିକଟକୁ ଯାଇ କଳାକାରୀଗରିକୁ ଦେଖିବା ସହିତ ଏହାର କାର୍ଯ୍ୟକାରିତା ଏବଂ ପାରିଶ୍ରମିକ ଉପରେ ସେମାନଙ୍କ ଠାରୁ ମତାମତ ନେଇଥିଲେ ।
ବିଶେଷ କରି ଗ୍ରାମର ମହିଳା କାରୀଗରଙ୍କ ହାତର କାଉଁରୀ ସ୍ପର୍ଶରେ ଜିବନ୍ୟାସ ପାଇଥିବା ବିଭିନ୍ନ ପଟ୍ଟଚିତ୍ର ସାଙ୍ଗକୁ ଗୋବର କଣ୍ଢେଇ ଚାନ୍ଦୁଆ କଳା ଏବଂ ବିଭିନ୍ନ କଳାକୃତିକୁ ଦେଖି ବିମୋହିତ ହୋଇଥିଲେ । କଳାର ଗ୍ରାମ ରଘୁରାଜପୁର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିବାର କହିବା ସହିତ ସବୁବେଳେ ଏହି ଗାଁ ମୋର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ ।