୩୩କେଭି ବିଦ୍ୟୁତ ଖୁଣ୍ଟରେ ଲାଗିଗଲା ଗାଡି,୨ ଗୁରୁତର

ପିପିଲି: ଘଟିଲା ଅଘଟଣ । ବିଦ୍ୟୁତ ଖୁଣ୍ଟ ଉଠାଉଥିବା ବେଳେ ଘଟିଲା ଦୁର୍ଘଟଣା । ୩୩ କେଭି ବିଦ୍ୟୁତ ତାର ଖୁଣ୍ଟରେ ଲାଗିଗଲା ଗାଡି । ଯାହା ଫଳରେ ଡ୍ରାଇଭର ସମେତ ଦୁଇଜଣ ଗୁରୁତର ହୋଇଛନ୍ତି । ତେବେ ଗୁରୁତରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରା ଯାଇଛି । ଭୁବନେଶ୍ୱରର ଏକ ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଏହି ଅଘଟଣରେ ଜଣେ ବ୍ୟକ୍ତିଙ୍କ ଶରୀର ପୋଡି ହୋଇ ଯାଇଛି । ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଆଉ ଜଣେ ଗୁରୁତର ଅଛନ୍ତି । ଦୁଘଟଣା ଘଟିବା ପରେ ପିପିଲିରେ ଦୁଇଘଣ୍ଟା ଧରି ବିଦ୍ୟୁତ ଯୋାଗାଣ ବନ୍ଦ ରହିଥିଲା ।

 

Leave A Reply

Your email address will not be published.