ମାଲକାନଗିରି: ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ଗାଡି,୧୪ ଗୁରୁତର

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଘାଟିରେ ସବାରି ଗାଡି ଦୁର୍ଘଟଣା ଗ୍ରସ୍ତ । ଭାରସାମ୍ୟ ହରାଇ କଲଭର୍ଟଂରେ ପିଟିହେଲା ସବାରି । ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ଥିବା ବେଳେ ଅନ୍ୟ ମାନେ ଆହତ ହୋଇଛନ୍ତି । ଗାଡିଟି ଜାନବାଇ ରୁ ଗୁପ୍ତେଶ୍ବର ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ସମସ୍ତ ଆହତ ମାଥିଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.