୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି

ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ କିରାଣୀ। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣୀ ଗୋଲକ ବିହାରୀ ପୋଢ଼ ଲାଞ୍ଚ ନେଇ ଧରାପଡିଛନ୍ତି।

ସୁବର୍ଣ୍ଣପୁର (କେନ୍ୟୁଜ): ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ କିରାଣୀ। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣୀ ଗୋଲକ ବିହାରୀ ପୋଢ଼ ଲାଞ୍ଚ ନେଇ ଧରାପଡିଛନ୍ତି।

ଖବର ଅନୁଯାୟୀ, ନିଜ ବିଭାଗର ଜଣେ କର୍ମଚାରୀଙ୍କ ଏରିଅର ବିଲ୍‌ କରିବାକୁ ଲାଞ୍ଚ ନେଉଥିଲେ କିରଣୀ ଗୋଲକ ବିହାରୀ ଫୋଢ । ଶିଣ୍ଢୋଲରେ ଲାଇଫ୍‌ ଷ୍ଟକ ଇନ୍‌ସପେକ୍ଟର ନାରାୟଣ ମେହେରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ଭିଜିଲାନ୍ସ । ଏହି ଚଢାଉରେ ଟଙ୍କାକୁ ଜବତ କରିବା ସହ କିରାଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହାସହ ସୋନପୁର ଓ ବଲାଙ୍ଗୀରର ମିଳିତ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢାଉ ଚାଲିଛି । କିରାଣୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ ।