ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା, ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଥାନା ଘେରିଲେ ଗ୍ରାମବାସୀ

ଆଳି : ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଥାନା ଘେରିଲେ ଗ୍ରାମବାସୀ ।  କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନିଆଳ ଗାଁର  ଯୁବକ ରାଜେନ୍ଦ୍ର ପଲାଇଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିକରି ଗତକାଲି ଗ୍ରାମବାସୀମାନେ ଆଳି ଥାନା ଘେରାଉ କରିଥିଲେ।

ଗତ ୨୫ତାରିଖ ଦିନ ପଡୋଶୀ ଗାଁର ୭/୮ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ରାଜେନ୍ଦ୍ର ଗୁରୁତର ଅବସ୍ଥାରେ ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି ।  ଏନେଇ ରାଜେନ୍ଦ୍ରଙ୍କ ପରିବାର ପକ୍ଷରୁ ଆଳି ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି।ହେଲେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିକରି ଗ୍ରାମବାସୀମାନେ ଥାନା ଘେରାଉ କରିଥିଲେ ।

ଏହାର ୫ଦିନ ପୂର୍ବରୁ ମଧ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିକରି ମହିଳାମାନେ ଥାନା ଘେରାଉ କରିଥିଲେ । ହେଲେ ପ୍ରତିଶ୍ରୁତି ପାଳନ ନହେବାରୁ ପୁନର୍ବାର ଗ୍ରାମବାସୀମାନେ ଏକାଠି ହୋଇ ଗତକାଲି ଥାନା ଘେରାଉ କରିଥିଲେ । ୧ଘଣ୍ଟା ଥାନା ଘେରାଉ କରିବା ପରେ ପୋଲିସ ବୁଝାସୁଝା କରିବା ପରେ ଗ୍ରାମବାସୀ ଥାନା ଘେରାଉରୁ ହଟିଥିଲେ । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.