ରାଜ୍ୟ

ବଦଳିଲା ମଶାଣିର ରୂପ, ଗାଁ ଶ୍ମଶାନକୁ ପାର୍କରେ ପରିଣତ କଲେ ଗ୍ରାମବାସୀ

ଗାଁ ମଶାଣି ପାଲଟିଲା ପାର୍କ। ଶବ ଦାହ ହେଉଥିବାରୁ ଦିନେ ଯେଉଁ ଜାଗାକୁ ଯିବାକୁ ଲୋକେ ଭୟ କରୁଥିଲେ ଏବେ ସେଠାରେ ଭିଡ଼ ଜମାଉଛନ୍ତି ଶହ ଶହ ଲୋକେ। କିଏ ସେଲଫି ନେଉଛି ତ ଆଉ କିଏ ବୁଲା ବୁଲି କରି ମଜା ନେଉଛି। ସେହିପରି ଆଉ କିଏ ଫୁଲ ଗଛରେ ପାଣି ଦେଉଛି ତ ଆଉ କିଏ ସାଜସଜ୍ଜାରେ ଲାଗିପଡ଼ିଛି, କିନ୍ତୁ ଏଥିପାଇଁ କେହି କୌଣସି ପାରିଶ୍ରମିକ ନେଉନାହାନ୍ତି। ଏହି ସୁନ୍ଦର ଜାଗାଟି ହେଉଛି ନୟାଗଡ଼ ଜିଲ୍ଲା ବିରୁଡା ଗ୍ରାମ ପଞ୍ଚାୟତ। ଗାଁର ଲୋକ ସଂଖ୍ଯା ଚାରି ହଜାରରୁ ଅଧିକ। କିନ୍ତୁ ଗାଁରେ ରହିଛି ଭାଇଚାରା।

ଗାଁ ଶ୍ମଶାନ ଭିତରେ ବିଭିନ ପ୍ରକାର ପୌରାଣିକ ବିଷୟ ବସ୍ତୁକୁ ନେଇ ଚିତ୍ର ସହ ମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେ ବିଭିନ୍ନ ପ୍ରକାରର ଫୁଲ ଗଛ ମଧ୍ୟ ଲଗାଯାଇଛି। ଏପରିକି ଗାଁର ଶ୍ରମିକମାନେ ଆଠ ଘଣ୍ଟା ଜାଗାରେ ବାର ଘଣ୍ଟା କାମ କରୁଛନ୍ତି, ସେ ପୁଣି ବିନା ପାରିଶ୍ରମିକରେ। ଏପରିକି ଛୋଟ ଛୋଟ ପିଲାମାନେ ଏବେ ଏହି ଶ୍ମଶାନ ଭିତରକୁ ଆସୁଛନ୍ତି, ଫୁଲ ଗଛରେ ପାଣି ଦେଉଛନ୍ତି, ବୁଲୁଛନ୍ତି ଓ ଡର ଲାଗୁନଥିବା କଥା କହିଛନ୍ତି, କେବଳ ଛୋଟ ଛୁଆ ନୁହେଁ ଗାଁର ଝିଅମାନେ ମଧ୍ୟ ଏଠାକୁ ଆସି ସ୍ୱଚ୍ଛନ୍ଦରେ ବୁଲାବୁଲି କରୁଛନ୍ତି। ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଏଥିପାଇଁ ଗ୍ରାମବାସୀଙ୍କୁ ପ୍ରେରଣା ଦେଇଥିବା ଗାଁ ଲୋକେ କହିଛନ୍ତି। ସେହିପରି ନୟାଗଡ ବ୍ଲକ ବିଡିଓ ମଧ୍ୟ ସହଯୋଗ କରିଥିବାରୁ ଗ୍ରାମବାସୀମାନେ ଧନ୍ଯବାଦ ଜଣାଇଛନ୍ତି।

ଏହି ଶ୍ମଶାନ ଘାଟ ପୁରୁଷ ପୁରୁଷ ଧରି ଏକ ଛୋଟ ପାହାଡ ତଳେ ଆବର୍ଜନା ଭିତରେ ପଡି ରହିଥିଲା। ମାତ୍ର ଗାଁ ଯୁବକ, ସରପଞ୍ଚ, ସମିତିସଭ୍ଯ ସମସ୍ତେ ମିଳିମିଶି ମାତ୍ର ତିନି ବର୍ଷ ଭିତରେ ଏହାକୁ ଏକ ସୁନ୍ଦର ପାର୍କ କରି ଗଢ଼ି ତୋଳି ପାରିଛନ୍ତି। ଏଥିପାଇଁ ଗ୍ରାମବାସୀ ସମସ୍ତେ ବହୁତ ଖୁସି ଅଛନ୍ତି। ଲକ୍ଷ୍ୟ ରଖିଛନ୍ତି, ନିଜ ଗାଁକୁ ଯେମିତି ଓଡ଼ିଶାରେ ଏକ ନମ୍ବର ଆଦର୍ଶ ଶ୍ମଶାନ ଘାଟରେ ପରିଣତ କରିବେ ଓ ଏକ ଆଦର୍ଶ ଗ୍ରାମପଞ୍ଚାୟତ ଗଠନ କରିବେ।

WCW 11

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

15 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

23 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

39 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago