ତେଜୁଛି ପ୍ରତିବାଦର ସ୍ବର, ରାଜଭବନ ଆଗରେ ବିକ୍ଷୋଭ ମହିଳା ବିଜୁ ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ତେଜୁଛି ପ୍ରତିବାଦର ସ୍ବର । ରାଜଭବନ ଆଗରେ ବିକ୍ଷୋଭ ମହିଳା ବିଜୁ ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ । ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇପଡ଼ିଛି ବୋଲି ଦଳ କହିଛି । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଯଦି ଆକ୍ସନ ନିଆଯାଇଥାନ୍ତା ତେବେ ଭରତପୁର ଘଟଣା ସାମ୍ନାକୁ ଆସି ନଥାନ୍ତା ବୋଲି ଦଳ କହିଛି । ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ମରା ଅଭିଯୋଗ ମାମଲାରେ ପୂର୍ବତନ ଆଇଆଇସିଙ୍କ ସମେତ ୫ ପୋଲିସ ଅଧିକାରୀ ସସପେଣ୍ଡ ହୋଇଛନ୍ତି । ।
ଭରତପୁର ଥାନାରେ ଜଣେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ମରା ଅଭିଯୋଗ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ପୂର୍ବତନ ସେନା କର୍ମଚାରୀଙ୍କ ବିକ୍ଷୋଭ । ନ୍ୟାୟିକ ତଦନ୍ତ ଦାବି କରିଛନ୍ତି । ପୋଲିସ କମିଶନରଙ୍କୁ ଭେଟିଛନ୍ତି ପୂର୍ବତନ ସେନା କର୍ମଚାରୀ ସଂଘ । କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଗତ ଶନିବାର ରାତି ଅଧରେ ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ କେତେକ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ସେନା ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ଦୁର୍ବୃତ୍ତଙ୍କ ବିରୋଧରେ ଅଭିଯୋଗ ନେଇ ସେମାନେ ଭରତପୁର ଥାନାକୁ ଯାଇଥିଲେ । ତେବେ ଦୁର୍ବୃତ୍ତଙ୍କୁ ଧରିବା ବଦଳରେ ଭରତପୁର ଥାନା ପୋଲିସ ଓଲଟା ଅଭିଯୋଗକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।