ବିପଦ ସଙ୍କେତ ତଳେ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର, ଏବେବି ପାଣି ଘେରରେ ଅନେକ ଗାଁ

ବାଲେଶ୍ଵର : କମୁଛି ପାଣି, ବଢୁଛି ଦୁର୍ଦ୍ଦଶା ।  ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ।  ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୧୦.୦୯ ମିଟରରେ ପ୍ରବାହିତ ହେଉଛି ।  ନଦୀର ଜଳସ୍ତର କମୁଥିଲେ ମଧ୍ୟ ଏବେବି ପାଣି ଘେରରେ ଅନେକ ଗାଁ ।  ବାଲେଶ୍ଵର ଜିଲ୍ଲାର ୪ଟି ବ୍ଲକର ୫୦ଟି ପଞ୍ଚୟତର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଭୋଗରାଇ ଓ ବାଲିଆପାଳ ବ୍ଲକର ଲୋକେ ଅଧିକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।

ପାଣି କମିଛି ହେଲେ ଲୋକଙ୍କ ଦୁର୍ଦଶା ବଢିଛି ।  ବନ୍ୟା ଭୟରେ ଘର ଛାଡି ଆଶ୍ରୟ ସ୍ଥଳକୁ ଆସିଥିବାବେଳେ ଏବେ ଘରକୁ ଫେରୁଛନ୍ତି ।  ରାସ୍ତା କଡ଼ରେ ଟେଣ୍ଟ ମାରି ଗୃହପାଳିତ ପଶୁଙ୍କୁ ରଖାଯାଇଛି  ।  ଜନଜୀବନ ସ୍ବାଭାବିକ ହେବାକୁ ଆହୁରି ୨ ଦିନ ଲାଗିବ। ଗାଁ ଦାଣ୍ଡରେ ଲୋକମାନେ ଡଙ୍ଗାରେ ଯାତାୟତ କରୁଛନ୍ତି ।  ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।  ବାଲେଶ୍ଵର ଜିଲ୍ଲାର ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକରେ ହଜାର ହଜାର ହେକ୍ଟର ଚାଷଜମିରେ ଲହଡି ମାରୁଛି ବନ୍ଯା ପାଣି ।

 

You might also like