ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଲା, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟର ସମସ୍ତ ସମବାୟ ସମିତି ନିର୍ବାଚନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ନିର୍ବାଚନ ସାରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । କୋଅପ୍‌ରେଟିଭ ନିର୍ବାଚନ କମିଶନ ଏକ ମାସ ମଧ୍ୟରେ ନିର୍ବାଚନ ତାରିଖ ଧାର୍ଯ୍ୟ କରିବେ । ଜିଲ୍ଲାପାଳ ଆଉ କୋଅପରେଟିଭ ସୋସାଇଟିର ପ୍ରଶାସନ ରହି ପାରିବେ ନାହିଁ । ନିର୍ବାଚନ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ରାଜ୍ୟରେ ୧୭ ଟି କୋଅପରେଟିଭ ବ୍ୟାଙ୍କ ରହିଛି । ସମବାୟ ସମିତି ଗୁଡିକର ପରିଚାଳନା ଦାୟିତ୍ୱ ଏବେ ପ୍ରଶାସକଙ୍କ ହାତରେ ରହିଛି । ର୍ନିବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷର ଏକ ବର୍ଷ ଭିତରେ ନିର୍ବାଚନ ହେବା କଥା , କିନ୍ତୁ ଇତି ମଧ୍ୟରେ ଦେଢ ବର୍ଷ ବିତି ଯାଇଥିବା ବେଳେ ସରକାର ସମବାୟ ନିର୍ବାଚନ କରୁ ନଥିବା ଅଭିଯୋଗ ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କର ପ୍ରଶାସକ ପଦବୀକୁ ନେଇ ହାଇକୋର୍ଟରେ ଚାଲେଞ୍ଜ ହୋଇଥିଲା । ଆବେଦନକାରୀ ଭବାନୀ ପ୍ରସାଦ ମାଝୀଙ୍କ ପକ୍ଷରୁ ରୁଜୁ ହୋଇଥିଲା ମାମଲା । ତୁରନ୍ତ ନିର୍ବାଚନ କରିବାକୁ ହୋଇଥିବା ମାମଲାର ଶୁଣାଣି ଶେଷ କରି ଏହି ରାୟ ଦେଇଛନ୍ତି ଜଷ୍ଟିସ ବିଶ୍ଵଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ । ମାମଲାରେ ରାଜ୍ୟ ସମବାୟ ବିଭାଗ, ସମବାୟ ସମିତି ସମୂହ ନିବନ୍ଧକ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।

Leave A Reply

Your email address will not be published.