ବଦଳୁଛି ପାଣିପାଗ: ମାଘ ମାସରେ ମୁଣ୍ଡଫଟା ଖରା, ୩୩ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ହଠାତ ବଦଳି ଯାଇଛି ପାଣିପାଗର ମିଜାଜ । ମାଘ ମାସରେ ଅଚାନକ ବଢ଼ିଛି ତାତି । ଟାଇଁ ଟାଇଁ ଖରା ହେଲାଣି । କଥାରେ କହନ୍ତି ମାଘ ମାସ ଶୀତ ବାଘ ପରି। କିନ୍ତୁ ଏହା ଏବେ ସ୍ୱପ୍ନ ହେଲାଣି। ବଦଳୁଥିବା ପାଣିପାଗ ଅନୁସାରେ ୬ ଋତୁରୁ ଏବେ କେବଳ ୩ଟି ଋତୁ ଅନୁଭୂତ ହେଉଥିବାବେଳେ,ଆସ୍ତେ ଆସ୍ତେ ଶୀତ ବି ଗାୟବ ହେବାକୁ ବସିଛି । ସବୁ ବର୍ଷ ତୁଳନାରେ ଚଳିତ ବର୍ଷ ଖରାକୁ ଦେଖିଲେ ଜଣା ପଡୁଛି। ମାଘ ମାସରେ ରାଜ୍ୟରୁ ଶୀତ ଗାଏବ ହେଇ ଯାଇଛି । ସେହିଭଳି ଆଭ୍ୟନ୍ତରୀଣ ଓଡିଶା ଅପେକ୍ଷା ରାଜଧାନୀରେ ଶୀତ କମ ରହୁଥିଲେ ମଧ୍ୟ ଏ ବର୍ଷ ଜାନୁଆରୀ ୫ ଠାରୁ କ୍ରମଶଃ ଖରା ବୃଦ୍ଧି ପାଇବାରେ ଲାଗିଛି।

ସେପଟେ ୩୩ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା । ରାଜ୍ୟର କିଛି ସ୍ଥାନରେ ଦିନର ତାପମାତ୍ରା ୩୪ ଡିଗ୍ରୀ ପାର କରିଛି । ଗତକାଲି ବୌଦ୍ଧରେ ସର୍ବଧିକ ୩୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା। ତାଳଚେରରେ ୩୪.୪ ଡିଗ୍ରୀ ଓ ଭୁବନେଶ୍ୱରରେ ୩୪ ଡିଗ୍ରୀ ସେଲିଅସ ଛୁଇଁଥିଲା ପାରଦ । ବଦଳୁଥିବା ପାଣିପାଗ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରାଜ୍ୟର ଅନେକ ସହରରେ ସ୍ୱାଭାବିକ ଠାରୁ ୪/୫ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା । ତେବେ ଆଗାମୀ ୪-୫ ଦିନରେ ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.