ଆଜିଠୁ ବଦଳିବ ପାଗ, ପୁଣି ଫେରିବ ଶୀତ: ରାଜ୍ୟରେ ୧୬ରୁ ୧୮ ଯାଏ ପାଗ ଶୁଖିଲା ରହିବ

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ବଦଳିବ ପାଗ । ରାଜ୍ୟରେ ବଢ଼ିବ ଶୀତ । ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଆଜି କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ରାଜ୍ୟରେ ୧୬ରୁ ୧୮ ତାରିଖ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ । କିଛି ସ୍ଥାନରେ ଘନ କୁହୁଡ଼ି ହୋଇପାରେ । ଅଦିନିଆ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ଭିଜୁଛି ଧାନ । ବର୍ଷା ଲାଗି ରହିଥିବାରୁ କ୍ଷେତରେ ପନିପରିବା ଓ ଡାଲି ଜାତୀୟ ଫସଲ କ୍ଷୟକ୍ଷତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.