ଜାଡରେ ଥରୁଛି ସାରା ଓଡ଼ିଶା,ଆଗକୁ ଆହୁରି ଥରାଇବ
ମୟୂରଭଞ୍ଜ : ଜାଡରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ । ୧୦ ଡିଗ୍ରୀ ତଳେ ରହିଛି ୭ ସହରର ପାରଦ। ଆଗକୁ ଆହୁରି ଥରାଇବ । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ଏବେ ହାଡ଼ ଭଙ୍ଗା ଶୀତ, ବିଭିନ୍ନ ସ୍ଥାନରେ ତୁଷାପାତ । ଜି ଉଦୟଗିରିରେ ତାପମାତ୍ର ୬ ଦଶମିକ ୬ ଡିଗ୍ରୀ ରେଡର୍କ ହୋଇଛି । ବିଭିନ୍ନ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି । ପ୍ରବଳ ଶୀତ ସାଙ୍ଗକୁ ଦିନ ପ୍ରାୟ ୧୦ଟା ଯାଏ କୁହୁଡ଼ି ଲାଗି ରହୁଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ବି ଶୀତର ପ୍ରକୋପ ।
ରାତି ତାପମାତ୍ରା ୫ ଡିଗ୍ରି ସେଲସିୟସକୁ ଖସିଥିବା ବେଳେ ତୁଷାରପାତ ଯୋଗୁ ଜନଜୀବନ ପ୍ରଭାବିତ । କନ୍ଧମାଳ ଜିଲ୍ଲାକୁ କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଜାଡ । ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ଲୋକେ । ଶୀତ ଦାଉରୁ ରକ୍ଷା ପାଇଁ ଲୋକମାନେ ନିଆଁ ପୋଉଁଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଆସନ୍ତା ଦୁଇ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ୩ ଦିନରେ ପାରଦ ୩ରୁ ୫ ଡିଗ୍ରି ସେଲିସିୟସ ଯାଏ ଖସିବ । ୨୪ ଘଣ୍ଟାରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ମଧ୍ୟମରୁ ଘନ କୁହୁଡ଼ିର ସମ୍ଭାବନା ରହିଛି ।