ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉ ସଫଳତାର ଶ୍ରେୟ ତାଙ୍କୁ ହିଁ ଦେଲେ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ବିଜେଡି ଦଖଲରେ ଆସିବା ପରେ ଏହାର ସମସ୍ତ ଶ୍ରେୟର ଅସଲ ହକଦାର ହେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତକାଲିର ବିଜୟ ପରେ ଆଜି ନବୀନ ନିବାସକୁ ଆସି ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି କଟକରୁ ଜିତିଥିବା ମେୟର ପ୍ରାର୍ଥୀ ସୁବାସ ସିଂ ଓ ବିଭିନ୍ନ ଓ୍ବାର୍ଡ ର କର୍ପୋରେଟରମାନେ। ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ହିଁ ସେମାନଙ୍କର ଏଭଳି ସଫଳତାର ମୁଖ୍ଯ କାରଣ ବୋଲି ସେମାନେ କହିଛନ୍ତି। ଆଜି ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନେ ନିଜର ଖୁସି ଜାହିର କରିଛନ୍ତି। ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ବିଧାୟକ ସୌଭିକ ବିଶ୍ବାଳ ପ୍ରମୁଖ।

ସେହିପରି ବ୍ରହ୍ମପୁର ପୌର ନିର୍ବାଚନ ରେ ସଫଲତା ପାଇଥିବା ମେୟର ଓ ସମସ୍ତ କର୍ପୋରେଟର ପ୍ରାର୍ଥୀ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସଫଳତାର ଶ୍ରେୟ ତାଙ୍କୁ ଦେଇଥିଲେ। ବିରୋଧୀଙ୍କ ସମସ୍ତ ରଣନିତୀକୁ ଫେଲ୍ କରି ପ୍ରଥମ ମହିଳା ମେୟର ପଦବି ହାତେଇଛି ବିଜେଡି। ଲୋକମାନଙ୍କର ସେବା କରିବା ପାଇଁ ସମସ୍ତ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ବ୍ରହ୍ମପୁର ବିଧାୟକଙ୍କ ନେତୃତ୍ବରେ ଆଜି ସମସ୍ତ ନବନିର୍ବାଚିତ ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.