ନଭେମ୍ବର ୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ

ନଭେମ୍ବର ୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ।  ଶୀତକାଳିନ ଅଧିବେଶନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏ ଚାଲିବ ଅଧିବେଶନ ।  ସେସନର ପ୍ରଥମଦିନରେ ଉପସ୍ଥାପନ ହେବ ପ୍ରଥମ ଅତିରିକ୍ତ ବଜେଟ୍ ।

ଡିସେମ୍ବର ୫ ତାରିଖରେ ପ୍ରଥମ ଅତିରିକ୍ତ ବଜେଟ ଉପରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ । ଶୀତକାଳୀନ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ୨୫ଟି ସରକାରୀ କାର୍ଯ୍ୟଦିବସ ଥିବା ବେଳେ, ୫ଟି ବେସରକାରୀ କାର୍ଯ୍ୟ ଦିବସ ରହିଛି ।