ଭୁଲ ଇଞ୍ଜେକସନ ନେଲା ରୋଗୀର ଜୀବନ ! ଡାକ୍ତରଖାନାରେ ଉତ୍ତେଜନା

ଵଲାଙ୍ଗିର (କେନ୍ୟୁଜ): ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନାରେ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ଯାହାକୁ ନେଇ ଡ଼ାକ୍ତର ଖାନାରେ ଉତ୍ତେଜନା ହୋଇଛି। ମୃତକ ହେଲେ ଵଲାଙ୍ଗିର ଇଛାପଡାର କାହ୍ନ ରାଉତ । ଆଜି ଚିକିତ୍ସା ପାଇଁ ଡାକ୍ତର ଖାନାକୁ ଆଣିଥିବା ବେଳେ ଭୁଲ ଇଂଜେକସନ ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ ।

ଖବର ଅନୁଯାୟୀ ଆଜି ପୂର୍ବାହ୍ନରେ କାହ୍ନାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣିଥିଲେ। ଏଠାରେ ଡାକ୍ତର କାହ୍ନାଙ୍କୁ ଦୁଇଟି ଇଂଜେକସନ ଦେଇଥିଲେ। ଇଂଜେକସନ ଦେବାର କିଛି ସମୟ ପରେ କାହ୍ନାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଭୁଲ ଇଂଜେକସନ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରାଯାଇ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଥିଲେ। ତେଣୁ ମୃତଦେହକୁ ପୋଷ୍ଟମୋର୍ଟମ ପାଇଁ ନିଆଯାଇଛି। ଘଟଣାକୁ ନେଇ ଡାକ୍ତରଖାନା ରେ ଉତେଜନା ପ୍ରକାଶ ପାଇବାରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି।।

 

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.